ଭୁବନେଶ୍ୱର : ଭୁଶୁଡିବ ବିଜେଡି ଗଡ । ଫାଳ ଫାଳ ହୋଇଯିବ ଶଙ୍ଖ । ଦଳ ଛାଡିବାକୁ ସଜ ହେଉଛନ୍ତି ଏକାଧିକ ବରିଷ୍ଠ ନେତା । ଆଉ ଦଳରୁ ମିଳୁନି ଭରସା । ମମତା ମହାନ୍ତ ଦଳ ଛାଡି ବିଜେପିରେ ମିଶିବା ପରେ ଏମିତି ଅନେକ କଥା ଶୁଣିବାକୁ ମିଳୁଛି । ଅନେକ ବରିଷ୍ଠ ନେତା ଦଳ ଛାଡିବାକୁ କୁଆଡେ ଗୋଡ ଟେକି ବସିଥିବା କୁହାଯାଉଛି| ତେବେ ସବୁଠାରୁ ବେଶୀ ଚର୍ଚା ଦୁଇ ବରିଷ୍ଠ ନେତାଙ୍କୁ ନେଇ | ଏହି ଦୁଇ ନେତା କୁଆଡେ ଏବେ ବିଜେପି ଆଶ୍ରାରେ|
ବିଜେଡିରେ ଚାପା ଅସନ୍ତୋଷ ଏବେ ବି ଲାଗି ରହିଛି | ମମତା ମହାନ୍ତ ବିଜେପିରେ ମିଶିବା ପରେ ଆଉ କେତେଜଣ ରାଜ୍ୟସଭା ସାଂସଦ ଦଳ ଛାଡିବା ନେଇ ଶୁଣିବାକୁ ମିଳୁଥିଲା | ଏସବୁ ଭିତରେ ପୁଣି ଅନେକ ବିଧାୟକ, ଅସନ୍ତୁଷ୍ଟ ନେତା ବିଜେପିରେ ମିଶିବାକୁ ଯାଉଥିବା ଶୁଣିବାକୁ ମିଳୁଛି | ଏମାନଙ୍କ ମଧ୍ୟରେ ଗଞ୍ଜାମର ଦୁଇଜଣ ବରିଷ୍ଠ ନେତାଙ୍କ ନାମ ରହିଥିବା ଶୁଣିବାକୁ ମିଳୁଛି |
ଏହା ବାଦ ବିଜେଡିର ଯେଉଁ ଦୁଇ ବରିଷ୍ଠ ନେତା ଦଳ ଛାଡିବାକୁ ଯାଉଛନ୍ତି ସେମାନେ ହେଲେ ନୟାଗଡ ବିଧାୟକ ଅରୁଣ ସାହୁ ଓ ବଡଚଣାର ଅସନ୍ତୁଷ୍ଟ ନେତା ଅମର ଶତପଥି | ଏ ଦୁଇଜଣ କୁଆଡେ ବିଜେପିରେ ମିଶିବା ନେଇ ଚର୍ଚା ଜୋର ଧରିଛି | ଯଦି ଏହି ଚର୍ଚା ସତ ହୁଏ ତେବେ ବିଜେଡି ଭବିଷ୍ୟତକୁ ନେ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ |