
ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀଙ୍କର ମୃତ୍ୟୁ ହୋଇଛି।ଏଥିସହ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ନକ୍ସଲ ସାମଗ୍ରୀ ଜବତ କରିଛନ୍ତି ।ମାଓବାଦୀଙ୍କ ଗୁପ୍ତ ବୈଠକ ଚାଲିଥିବା ଖବର ପାଇ ଯବାନମାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ଯବାନଙ୍କୁ ଦେଖି ମାଓବାଦୀ ମାନେ ଗୁଳି ଚଲାଇବାରୁ ପାଲଟା ଜବାବରେ ଯବାନ ମାନେ ଗୁଳିଚାଳନା କରିଥିଲେ।ଗୁଳି ବିନିମୟ କାରଣରୁ ପୁଲିସ ଏନକାଉଣ୍ଟରରେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସର୍ଚ୍ଚ ଅପରେସନରେ ନିୟୋଜିତ ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି। ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ ଚାଲି ଥିବାର ପୋଲିସ ସୂଚନା ଦେଇଛି।