
କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା l ଜିପିଏସ ଯୋଗୁଁ ଦୁଇ ଜଣଙ୍କର ଜୀବନ ଯାଇଛି । ଗୁଗୁଲ ମ୍ୟାପ୍ ଭୁଲ ରାସ୍ତା ଦେଖାଇବାରୁ ନଦୀରେ ଏକ କାର୍ ପଡିଯାଇଛି ଯାହା ଫଳରେ ଦୁଇ ଯୁବ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।
ଗତକାଲି ତଥା ରବିବାର ବିଳମ୍ବିତ ରାତିରେ ଦୁଇ ଯୁବ ଡାକ୍ତର ଆଦିଥ୍ୟ ଏବଂ ଡାକ୍ତର ଅଜମଲ ଆସିଫଙ୍କ ମୃତ୍ୟୁ ହୋଇଛି l ଗତକାଲି ରାତିରେ କାମ ସାରି ଡାକ୍ତର ଆଦିଥ୍ୟ ଓ ଡାକ୍ତର ଅଜମଲଙ୍କ ସହ ୫ଜଣ ଡାକ୍ତର ଘରକୁ ଫେରୁଥିଲେ । ପ୍ରବଳ ବର୍ଷା ଏବଂ ଅନ୍ଧାର ରାତିରେ ଜିପିଏସର ସାହାରା ନେଇ ଯାଉଥିଲେ l ହେଲେ ଜିପିଏସ ଭୁଲ୍ ମାର୍ଗଦର୍ଶିକା ପାଇଁ ହୋଣ୍ଡା ସିଭିକ୍ସ କାରଟି ନଦୀରେ ପଡ଼ି ଦୁର୍ଘଟଣାଗସ୍ତ ହୋଇଥିଲା । ଫଳରେ ୨ ଡାକ୍ତରଙ୍କ ଜୀବନ ଯାଇଛି । କାର୍ ଭିତରେ ଥିବା ୫ ଜଣ ଡାକ୍ତରଙ୍କ ମଧ୍ୟରୁ ୩ଜଣ ବାହାରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଡାକ୍ତର ଆଦିଥ୍ୟ ଓ ଅଜମଲ ଆସିଫ୍ କାର୍ ଭିତରୁ ବାହାରି ପାରିନଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।