Site icon UTKAL PRATIDIN

ଲାଇନଚ୍ୟୁତ ହେଲା ହାୱଡା ମୁମ୍ବାଇ ଏକ୍ସପ୍ରେସ,୪୫ଜଣ ମୃତ୍ୟୁ

IMAGE_1722315719

ହାୱଡାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ୍ସପ୍ରେସ ଆଜି ଭୋରୁ ରାଜଖରସୁଆଁରେ ଲାଇନ ଚ୍ୟୁତ ହୋଇଛି ।ଏଥିରେ ୨୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି ।ହାୱଡା-ମୁମ୍ବାଇ ଆଜି ଭୋର୍ ୩ଟା ୪୫ମିନିଟରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି ।ଏହି ଦୁର୍ଘଟଣାରେ ୧୮ଟି ବଗି ଟ୍ରାକଙ୍କ ରୁ ଖସିପଡିଥିବା ସୂଚନା ମିଳିଛି ।୧୮ଟି ବଗି ମଧ୍ୟରୁ ୧୬ଟି ଯାତ୍ରୀ ବଗି,ଗୋଟିଏ ପ୍ୟାନଟ୍ରି କାର ଓ ଗୋଟିଏ ପାୱାର କାର ରହିଛି ।

ଟ୍ରେନ ଲାଇନଚ୍ୟୁତ ହେବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।ଏନଡିଆରଏଫ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାପରେ ଉନ୍ନତ ଚିକତ୍ସା ପାଇଁ ଚକ୍ରଧରପୁର ସ୍ଥାନାନ୍ତରିତ କରାଯାଇଛି ।ଦୁର୍ଘଟଣା ପରେ ଅନେକ ଟ୍ରେନକୁ ବାତିଲ କରାଯାଇଛି ବା ଟ୍ରେନର ମାର୍ଗ ବଦଳାଇ ଦିଆଯାଇଛି


ଚକ୍ରଧରପୁର -୦୬୫୮୭୨୩୮୦୭୨

ଟାଟାନଗର ହେଲ୍ପଲାଇନ ନମ୍ବର- ୦୬୫୭୨୨୯୦୩୨୪
ରାଉରକେଲା – ୦୬୬୧୨୫୦୧୦୭୨
ହାୱଡା – ୯୪୩୩୩୫୭୯୨୦
ରାଞ୍ଚି- ୦୬୫୧୨୭୮୭୧୧୫

Exit mobile version