Site icon UTKAL PRATIDIN

ଏଣିକି ଏଟିଏମରୁ ବାହାରିବା ସୁନା ଓ ରୂପା

tirumala-pti-1640594654

ହାଇଦ୍ରାବାଦ: ଖୁବ୍ ଶୀଘ୍ର ଏଟିଏମରୁ ବାହାରିବ ସୁନା ଏବଂ ରୂପା ପେଣ୍ଡେଣ୍ଟ । ତିରୁମାଲା ତିରୁପତି ଦେବସ୍ଥାନମ୍ସ ତିରୁମାଲା ମନ୍ଦିରରେ ବିଶ୍ୱର ପ୍ରଥମ ସୁନା ଏବଂ ରୂପା ପେଣ୍ଡେଣ୍ଟ ଏଟିଏମ୍ ସ୍ଥାପନ ହେବ। ଏହି ଏଟିଏମ୍ ମେସିନଗୁଡ଼ିକରୁ ଗ୍ରାହକମାନେ ନିଜେ ନିଜେ ଭଗବାନ ଭେଙ୍କଟେଶ୍ୱର ଏବଂ ଦେବୀ ଲକ୍ଷ୍ମୀଙ୍କ ପ୍ରତିଛବି ଥିବା ପେଣ୍ଡେଣ୍ଟ କ୍ରୟ କରି ପାରିବେ। ଏଥିପାଇଁ ଭକ୍ତ ଓ ଏଟିଏମ ମ୍ୟାସିନ ମଧ୍ୟରେ ତୃତୀୟ ବ୍ୟକ୍ତିଙ୍କ କୌଣସି ଆବଶ୍ୟକ ରହିବ ନାହିଁ। ଅର୍ଥାତ ଏଟିଏମରୁ ଯେମିତି ଟଙ୍କା ବାହାର କରିବା ସମୟରେ ଆମକୁ ତୃତୀୟ ବ୍ୟକ୍ତିଙ୍କ ସାହାଯ୍ୟ ନେବାକୁ ପଡ଼ୁନାହିଁ ସେମିତି ଏହି ପେଣ୍ଡେଣ୍ଟ ଏଟିଏମ କାମ କରିବ।

ତିରୁମାଲା ତିରୁପତି ଦେବସ୍ଥାନମର କାର୍ଯ୍ୟନିର୍ବାହୀ ଅଧିକାରୀ ଜେ ଶ୍ୟାମଳା ରାଓଙ୍କ ଉଦ୍ୟମରେ ତିରୁମାଲା ମନ୍ଦିର, ତିରୁପତିର ଗୋବିନ୍ଦରାଜ ମନ୍ଦିର ଏବଂ ତିରୁଚନୁରର ପଦ୍ମାବତୀ ଅମ୍ମାବାରୀ ମନ୍ଦିରରେ ଡିଜିଟାଲ ରୂପାନ୍ତରଣ କରାଯାଉଛି। ଏହି ଏଟିଏମ୍ ମେସିନ୍ ପାଇଁ ସଫ୍ଟୱେର୍ ଏପରି ଡିଜାଇନ୍ କରାଯାଇଛି ଯାହାକି ସୁନା ଏବଂ ରୂପା ପେଣ୍ଡେଣ୍ଟ ଏଟିଏମ୍‌ଗୁଡ଼ିକ ୨ ଗ୍ରାମ,୫ ଗ୍ରାମ ଏବଂ ୧୦ ଗ୍ରାମର ପେଣ୍ଡେଣ୍ଟ ଯୋଗାଇବ। ତିରୁମାଲା ତିରୁପତି ଦେବସ୍ଥାନମରେ ପୂର୍ବରୁ ଏକ ଦାନ କିଓସ୍କ ଚାଲୁଛି, ଯାହା ଅତ୍ୟନ୍ତ ସଫଳ ରହିଛି। ଏହା ଭକ୍ତମାନଙ୍କୁ ୟୁପିଆଇ, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଦାନ କରିବାକୁ ଅନୁମତି ଦିଏ।

Exit mobile version