Site icon UTKAL PRATIDIN

ମ୍ୟାଜିକ୍ ନମ୍ବର ଛୁଇଁଲେ ଟ୍ରମ୍ପ୍, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

t

ସାରା ବିଶ୍ବର ନଜର ରହିଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ।ରାଷ୍ଟ୍ରପତି ନିର୍ବାଚନ ଗଣତି ଚାଲିଥିବା ବେଳେ ଆଗରେ ଡୋନାଲ୍ଡ ଟ୍ରମ୍ପ ଥିବା ସୂଚନା ରହିଛି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ ଯୋଗେ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅନ୍ୟପଟେ, ଆମେରିକାର ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ଫକ୍ସ ନ୍ୟୁଜ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ରିପବ୍ଲିକନ୍‌ ପାର୍ଟି ଜିତିଥିବା ଉଲ୍ଲେଖ ରହିଛି। ଗଣତି ଚାଲିଥିବା ବେଳେ ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କ ଠାରୁ ବହୁ ଆଗରେ ଅଛନ୍ତି।ଇଲେକ୍ଟୋରାଲ ଭୋଟ୍‌ ଗଣନା ଟ୍ରେଣ୍ଡରେ କମଲା ହାରିସ ୨୧୪ଟି ଆସନରେ ଅଟକି ରହିଥିବାବେଳେ ଡୋନାଲ୍ଡ ଟ୍ରମ୍ପ ୨୬୭ଟି ଆସନରେ ଆଗୁଆ ଅଛନ୍ତି। ଏହାର ଅର୍ଥ ବର୍ତ୍ତମାନ ମ୍ୟାଜିକ୍ ନମ୍ବର ୨୭୦ରେ ପହଞ୍ଚିବା ପାଇଁ ଟ୍ରମ୍ପଙ୍କୁ ଆଉ ମାତ୍ର ୩ଟି ସିଟ୍ ଦରକାର।

ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ସ୍ୱିଙ୍ଗ୍ ଷ୍ଟେଟ୍‌ ତଥା ବ୍ୟାଟେଲ ଗ୍ରାଉଣ୍ଡ ଷ୍ଟେଟ୍‌ରେ କମାଲ୍‌ କରିଛନ୍ତି। ସେ ଉତ୍ତର କାରୋଲିନା ଏବଂ ଜର୍ଜିଆରେ ବଡ଼ ବିଜୟ ହାସଲ କରିଛନ୍ତି। ଏଥିସହିତ ଅନ୍ୟ ୫ ସ୍ୱିଙ୍ଗ ଷ୍ଟେଟ୍‌ ଆରିଜୋନା, ମିଶିଗାନ୍, ନେଭାଦା, ପେନସିଲଭାନିଆ ଏବଂ ୱିସ୍କନ୍ସିନରେ ମଧ୍ୟ ନିଜ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସ୍‌ଙ୍କ ଠାରୁ ବହୁତ ଆଗରେ ଅଛନ୍ତି।ମ୍ୟାଜିକ୍ ନମ୍ବର ଛୁଇଁଲେ ଟ୍ରମ୍ପ୍, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Exit mobile version