ମଧ୍ୟପ୍ରଦେଶରେ ଜବଲପୁର ନିକଟରେ ‘ସୋମନାଥ ଏକ୍ସପ୍ରେସ’ର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି ।ଟ୍ରେନଟି ଇନ୍ଦୋରରୁ ଜବଲପୁର ଅଭିମୁଖେ ଯାତ୍ରା କରୁଥିଲା ସମୟରେ ଏହି ଅଘଟଣ ଘଟିଛି ।ଷ୍ଟେସନଠାରୁ ପ୍ରାୟ ୧୫୦ ମିଟର ଦୂରରେ ଏହି ଘଟଣା ଘଟିଥିଲା।ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି,ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇନଥିବା ସୂଚନା ମିଳିଛି ।
ରେଳବାଇ ଅଧିକାରୀ ଓ ଉଦ୍ଧାରକରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି।ତାସହ ଦୁର୍ଘଟଣାଗ୍ରସ୍ତ ବଗି ଗୁଡିକୁ ରେଳ ଟ୍ରାକ୍ରୁ ହଟାଇବା ପାଇଁ କାମ ଜାରି ରହିଛି। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ଜାରି ରଖିଛି ରେଳବାଇ ପୋଲିସ ।