ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଗାଁ ଠୁ ସହର ।ଦୁର୍ଗା ପୂଜାରେ ଭକ୍ତମୟ ହୋଇଉଠିବ ଜନପଥ, କଟକରୋଡ, ଏନ୍ଏଚ୍-୧୬ ସମେତ ଅନ୍ୟାନ୍ୟ ପ୍ରମୁଖ ରାସ୍ତା। ଆସନ୍ତା କାଲିଠୁ ୧୪ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ ହୋଇଛି । ୧୨ଟି ରୁଟ୍ରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଭାରି ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି।
ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୋଲିସ।କଟକରେ ବିଭିନ୍ନ ରାସ୍ତା ପାଇଁ ଜାରି ହେଇଛି କଟକଣା । ମଙ୍ଗଳାବାଗ ଛକ, ଦୋଳମୁଣ୍ଡାଇ, ମାଲଗୋଦାମ ଫାଣ୍ଡି, ଛତ୍ରବଜାର ଅଞ୍ଚଳର ରାସ୍ତା ଓ ତତସଂଲଗ୍ନ ରାସ୍ତାରେ କଟକଣା ଜାରି ହୋଇଛି। ୧୪ ତାରିଖରୁ କଟକରେ ଭସାଣି ପାଇଁ ଟ୍ରାଫିକ କଟକଣା ଲାଗୁ ହେବ ।
ସକାଳ ୭.୧୫ରୁ ଭସାଣି ଶେଷ ପର୍ଯ୍ୟନ୍ତ ଏହା ଲାଗୁ ହେବ ।ସେପଟେ ଭୁବନେଶ୍ୱରରେ ଅପରାହ୍ଣ ୪ଟାରୁ ରାତି ରାତି ୨ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।ଦୁର୍ଗା ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଛି ।