Site icon UTKAL PRATIDIN

ମେଲାଣି ନେବେ ମା, ଭସାଣି ପାଇଁ ଟ୍ରାଫିକ କଟକଣା ଜାରି

durga-750x430

ସରିଲା ଶାରଦୀୟ ଦୁର୍ଗା ପୂଜା ।ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା ଦୁର୍ଗା ।ନବରାତ୍ର ପୂଜା ପରେ ମାଙ୍କୁ ବିଦାୟ ଦେବେ ଭକ୍ତ ଗଣ।ମାଆଙ୍କ ଭସାଣି ଦେବା ପାଇଁ ପାଇଁ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ବରରେ ଦିନ ୩ଟାରୁ ଭସାଣି ଶେଷ ହେବା ଯାଏଁ କଟକଣା ବଳବତ୍ତର ରହିବ। ମେଢଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ ଟ୍ରାଫିକ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି।

କୌଣସି ଯାନବାହନ ଭୁବନେଶ୍ବର ବାଣୀବିହାର ପଟୁ ରୂପାଲୀ ଛକ ଆଡ଼କୁ ଯାଇପାରିବେ ନାହିଁ। ସେହି ଗାଡ଼ି ଗୁଡ଼ିକ ଆଚାର୍ଯ୍ୟ ବିହାର ଦେଇ ଯାଇପାରିବେ। ସିଆରପି ପଟୁ କଟକ ଆଡ଼କୁ ଯିବାକୁ ଚାହୁଁଥିବା ଯାନବାହନ ଗୁଡ଼ିକ ସିଆରପି ଛକରୁ ଏକାମ୍ର ପାର୍କ, ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଯାଇପାରିବେ।

କିଟ୍ ଛକ ପଟୁ ନାଲକୋ ଛକ ଆଡ଼କୁ କୌଣସି ଯାନବାହାନକୁ ଅନୁମତି ନାହିଁ। ସେହି ଗାଡ଼ିଗୁଡ଼ିକ ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଯାଇପାରିବେ। ଖୋର୍ଦ୍ଧା ପଟୁ ଆସୁଥିବା ଭାରୀ ଯାନ ଗୁଡ଼ିକ ଫାୟାର ଷ୍ଟେସନ୍ ଛକ ଠାରୁ ଫ୍ଲାଏ ଓଭର ବ୍ରିଜ ଦେଇ ଯାଇପାରିବେ।

Exit mobile version