ଲଗାଣ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶର ସ୍ଥିତି ବେହାଲ ହୋଇପଡିଛି । ଆନ୍ଧ୍ରପେଦଶର ବିଜୟଓ୍ୱାଡାରେ ଲାଗାତର ବର୍ଷା ପରେ ଭୂସ୍ଖଳନ ମଧ୍ୟ ହୋଇଛି । ଲଗାଣ ବର୍ଷା ଆନ୍ଧ୍ରପ୍ରଦେଶର ସ୍ଥିତିକୁ ବିଗାଡିବା ସହ ଜୀବନ ଜୀବିକା ଉପରେ ବେଶ ପ୍ରଭାବ ପକାଇଛି ।ଏବେବି ଲୋକ ଜଳବନ୍ଦୀ ଘେରରେ ରହିଛନ୍ତି ।ଏହି ଭୂସ୍ଖଳନରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ବିଜୟୱାଡାର ମୋଗଲରାଜପୁରମ୍ ଅଞ୍ଚଳରେ ଭୂସ୍ଖଳନ ହେତୁ ମୃତକଙ୍କ ଘରେ ବଡ଼ ବଡ଼ ପଥର ଖସି ପଡିଥିଲା।ପ୍ରବଳ ବର୍ଷା ହେତୁ ପାହାଡ ଉପରୁ ଏକ ବଡ଼ ମାଟି ଅତଡା ଖସି କଲୋନୀରେ ଥିବା ଘର ଉପରେ ପଡିଯାଇଥିଲା।ଏଥିପାଇଁ ଗୋଟିଏ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ଖବର ମିଳିଛି ।
ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ତମ ପହଞ୍ଚିଥିଲେ। ପ୍ରାୟ ୮୦ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ରିଲିଫ ମଧ୍ୟ ଯୋଗାଇ ଦିଆଯାଉଛି ।
ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ସ୍ଥିତି ପରଖିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ପ୍ରତ୍ୟେକ ପ୍ରଭାବିତ ଜିଲ୍ଲାକୁ ୩ କୋଟି ଟଙ୍କାଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ପ୍ରବଳ ବର୍ଷା ଯୋଗୁ ବିଜୟୱାଡା, ମାଛଲିପାଟନମ୍, ଗୁଡିବାଡା, କାଇକାଲୁରୁ, ନରସପୁରମ୍, ଅମରାବତୀ, ମଙ୍ଗଳାଗିରି, ନନ୍ଦିଗାମା, ଏବଂ ଭୀମରାମ ସବୁଠାରୁ ଅଧିକ ପ୍ରଭାବିତ ହୋଇଛିବୋଲି ସୂଚନା ମିଳିଛି ।