Site icon UTKAL PRATIDIN

ଏହି ୬ଟି ଉପାୟରେ ମାଗଣାରେ କରିପାରିବେ Ghibli ଫଟୋ

kseX7rX9WwF0Cm6RCh0N

ଭୁବନେଶ୍ଵର: ଓପନ AIର ChatGPT ଏକ ନୂଆ ଟୁଲ ଲଞ୍ଚ କରି ଇଣ୍ଟରନେଟ ଦୁନିଆରେ ଝଡ଼ ସୃଷ୍ଟି କରିଛି, ଯାହା ଏବେ କମ୍ପାନୀର ରାତିର ନିଦ ହଜାଇ ଦେଇଛି। ଏହା ହେଉଛି ଷ୍ଟୁଡିଓ ଘିବଲି ବା ଘିବଲି ଇମେଜ୍ । ଏହି ଫଟୋ ଏବେ ଲୋକମାନଙ୍କୁ ପାଗଳ କରିଦେଇଛି। ଯୁବପିଢ଼ିଙ୍କୁ ଘାରିଛି ଏବେ ଘିବଲି ଫଟୋ ନିଶା। ଫେସବୁକ୍ ହେଉ କି ଇନଷ୍ଟାଗ୍ରାମ, ଅବା ହ୍ୱାଟ୍ସଆପ୍ ଯେଉଁ ଆପ ଖୋଲିଲେ ଏବେ ଦେଖିବାକୁ ମିଳୁଛି ଘିବଲି ଫଟୋ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରେଣ୍ଡ ଧରିଛି ଏହି ଘିବଲି ଫଟୋ। ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ଫଟୋ, ସିନେମା ପୋଷ୍ଟର ଠାରୁ ଆରମ୍ଭ କରି ଲୋକଙ୍କ ବ୍ୟକ୍ତିଗତ ଫଟୋ, ଏବେ ଘିବଲି ଆର୍ଟରେ ରୂପାନ୍ତରିତ ହେଉଛି। ‘ଚାଟ୍ ଜିପିଟି’ ଏବଂ ‘ଗ୍ରୋକ’ ଏଆଇ ଟୁଲକୁ ବ୍ୟବହାର କରି ନିଜ ନିଜର ଘିବଲି ଫଟୋ ବନାଉଛନ୍ତି ୟୁଜର୍ସ।

ଘିବଲି ଫଟୋ, ଜାପାନର ପ୍ରସିଦ୍ଧ ଷ୍ଟୁଡିଓ ଘିବଲି ଦ୍ୱାରା ଅନୁପ୍ରାଣିତ। ଏହା ଏକ ଜାପାନୀ ଆନିମେସନ୍ ଷ୍ଟୁଡିଓ। ୧୯୮୫ ମସିହାରେ ମିଆଜାକି, ଇସାଓ ତାକାହାତା ଏବଂ ତୋଶିଓ ସୁଜୁକିଙ୍କ ଦ୍ୱାରା ଏହା ପ୍ରତିଷ୍ଠିତ ହୋଇଥିଲା। ସେହିପରି ଏହି ଘିବଲି ନାମଟି ଇଟାଲୀୟ ଶବ୍ଦରୁ ଆସିଛି। ଏହି ନାମଟି ମିୟାଜାକିଙ୍କ ଇଟାଲୀ ଏବଂ ଉଡ଼ାଜାହାଜ ପ୍ରତି ପ୍ରେମରୁ ପ୍ରେରିତ ହୋଇଥିଲା। ହାୟାଓ ମିୟାଜାକି ହେଉଛନ୍ତି ଘିବଲିର ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ। ତାଙ୍କୁ ‘ଏସିଆର ୱାଲ୍ଟ ଡିଜନି’ ବୋଲି ମଧ୍ୟ କୁହାଯାଏ। ତେବେ ଦଶନ୍ଧି ଧରି ଷ୍ଟୁଡିଓ ଘିବଲିର ଆନିମେସନ୍ ଫଟୋ, ଭିଡିଓ ଦର୍ଶକଙ୍କୁ ଆକର୍ଷିତ କରିଆସୁଛି। ବର୍ତ୍ତମାନ ଚାଟ୍ ଜିପିଟି ଏବଂ ଗ୍ରୋକ ଏଆଇ ଟୁଲରେ ଏହି ଜେନେରେସନ୍ ଉପକରଣ ମାଗଣାରେ ଉପଲବ୍ଧ ହୋଇଥିବାରୁ, ଏହାକୁ ବନେଇବା ପାଇଁ ଉତ୍ସାହିତ ହୋଇପଡ଼ିଛନ୍ତି ବିଶ୍ୱବାସୀ।

ChatGPT:

ChatGPT ଆପ୍ କିମ୍ବା ୱେବସାଇଟ୍ ଖୋଲନ୍ତୁ। ତଳେ ଥିବା ‘+’ ଆଇକନ୍ ବ୍ୟବହାର କରି ଆପଣଙ୍କ ଫଟୋ ଅପଲୋଡ୍ କରନ୍ତୁ। ଏହାପରେ ସେଥିରେ ଲେଖନ୍ତୁ ‘ଏହାକୁ ଘିବ୍ଲିଫାଇ କରନ୍ତୁ କିମ୍ବା ଏହି ଫଟୋକୁ ଏକ ଷ୍ଟୁଡିଓ ଘିବଲି ଥିମ୍‌ରେ ପରିଣତ କରନ୍ତୁ।‘ କିଛି ସମୟ ଅପେକ୍ଷା ପରେ, ଆପଣ ଘିବଲି ରୂପରେ ପ୍ରତିଛବି ପାଇବେ। ଯେଉଁମାନେ ମାଗଣାରେ ChatGPT ବ୍ୟବହାର କରୁଛନ୍ତି, ସେମାନେ ଦିନକୁ ତିନୋଟି ଫଟୋ ଘିବଲି କରିପାରିବେ ।

Grok:

ଗ୍ରୋକ୍, ଏଲୋନ୍ ମସ୍କର କମ୍ପାନୀ xAI ଦ୍ୱାରା ବିକଶିତ ହୋଇଛି। ଏହା ଏକ ଚମତ୍କାର AI ଟୁଲ୍ ଯାହାକି Ghibli-ଷ୍ଟାଇଲ୍ ପ୍ରତିଛବି ସୃଷ୍ଟି କରିବାର କ୍ଷମତା ରଖିଛି। ଆପଣଙ୍କ ଫଟୋ ଅପଲୋଡ୍ କରି କିମ୍ବା ଟେକ୍ସଟ୍ ପ୍ରମ୍ପ୍ଟ ଦେଇ ଆପଣ ଆଶ୍ଚର୍ଯ୍ୟଜନକ ଆନିମେଟେଡ୍ ପ୍ରତିଛବି ସୃଷ୍ଟି କରିପାରିବେ। ବିଶେଷ କଥା ହେଉଛି ଏହା ମାଗଣାରେ ଉପଲବ୍ଧ।

Gemini 2.0:

ଗୁଗୁଲର ଆଡ୍‌ଭାନ୍ସଡ୍ AI ମଡେଲ୍ Gemini 2.0 ଫଟୋ-ରିଏଲିଷ୍ଟିକ୍ ଏବଂ ସିନେମାଟିକ୍ ଭିଜୁଆଲ୍ ସୃଷ୍ଟି କରିବାରେ ଏକ୍ସପର୍ଟ। ଏହା ଚମତ୍କାର ଭାବରେ Ghibli ଷ୍ଟାଇଲ୍ ଇମେଜ୍ ଡିଜାଇନ୍ ଏବଂ ମ୍ୟାଜିକାଲ୍ ଲ୍ୟାଣ୍ଡ୍‌ସ୍କେପ୍ ସୃଷ୍ଟି କରିପାରିବ। ଯଦି ଆପଣ କୌଣସି ଜଟିଳ ଦୃଶ୍ୟ ଏବଂ ଚରିତ୍ର କଷ୍ଟମାଇଜେସନ୍ କରିବାକୁ ଚାହୁଁଛନ୍ତି, ତେବେ ଏହି ଟୁଲ୍‌ଟି ଆପଣଙ୍କ ପାଇଁ ଠିକ ହେବ।

Craiyon (DALL-E Mini):

ଯଦି ଆପଣ କୌଣସି ଅସୁବିଧାରେ ସରଳ ଏବଂ ମାଗଣା Ghibli-ଷ୍ଟାଇଲ୍ ପ୍ରତିଛବି ସୃଷ୍ଟି କରିବାକୁ ଚାହାଁନ୍ତି, କ୍ରେୟନ୍(Craiyon) ଏକ ଉତ୍ତମ ବିକଳ୍ପ। ଏହା ଏକ ୱେବ୍‌-ଆଧାରିତ AI ଟୁଲ୍, ଯେଉଁଠାରେ ଆପଣ ଟେକ୍ସଟ୍ ପ୍ରମ୍ପ୍ଟ ଦେଇ ସହଜରେ ନିଜର ଇଛା ଅନୁଯାୟୀ ପ୍ରତିଛବି ସୃଷ୍ଟି କରିପାରିବେ।

Fotor:

ଫୋଟର୍ ହେଉଛି ଏପରି ଏକ ପ୍ଲାଟ୍‌ଫର୍ମ ଯାହା “Ghibli AI Generator” ନାମକ ଏକ ଡେଡିକେଟେଡ୍ ଫିଚର୍ ଦେଇଥାଏ। ଏଥିରେ ଆପଣ ନିଜର ଫଟୋ ଅପଲୋଡ୍ କରି ସହଜରେ ଏହାକୁ Ghibli ଷ୍ଟାଇଲ୍ ଆର୍ଟୱାର୍କରେ ପରିଣତ କରିପାରିବେ। ସବୁଠାରୁ ଭଲ କଥା ହେଉଛି ଏହାକୁ ବ୍ୟବହାର କରିବା ପାଇଁ କୌଣସି ଆକାଉଣ୍ଟର ଆବଶ୍ୟକ ନାହିଁ।

Artbreeder:

ଯଦି ଆପଣ Ghibli-ଷ୍ଟାଇଲ୍ ଡିଜାଇନ୍ ସହିତ ଏକ୍ସପେରିମେଣ୍ଟ୍ କରିବାକୁ ଚାହାଁନ୍ତି, ତେବେ Artbreeder ଆପଣଙ୍କ ପାଇଁ ଠିକ୍ ହେବ। ଏହି ଟୁଲ୍ ଆପଣଙ୍କୁ ବିଭିନ୍ନ ଆର୍ଟ ଷ୍ଟାଇଲ୍‌କୁ ବ୍ଲେଣ୍ଡ୍ ଏବଂ ଆଡଜଷ୍ଟ୍ କରିବାକୁ ସୁବିଧା ଦେଇଥାଏ। ତେବେ ଏଥିପାଇଁ କିଛି ପ୍ରିମିୟମ୍ ଫିଚର ପାଇଁ ଦେବାକୁ ଟଙ୍କା ଦେବାକୁ ପଡୁଥିଲେ ମଧ୍ୟ, ଏଥିରେ ଥିବା କିଛି ମାଗଣା ସଂସ୍କରଣ ମଧ୍ୟ ବହୁତ ଭଲ।

Exit mobile version