Site icon UTKAL PRATIDIN

ରାତି ପାହିଲେ ମହା ଶିବରାତ୍ରି: ପ୍ରମୁଖ ଶୈବ ପୀଠଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

xr:d:DAF4oRj89bg:6,j:4321617974787969635,t:24010114

xr:d:DAF4oRj89bg:6,j:4321617974787969635,t:24010114

ଭୁବନେଶ୍ଵର: ଆସନ୍ତାକାଲି ମହା ଶିବରାତ୍ରି । ଚଳଚଞ୍ଚଳର ରାଜ୍ୟର ପ୍ରମୁଖ ଶୈବ ପୀଠ। ଲିଙ୍ଗରାଜ, ଲୋକନାଥ, କପିଳାସ, ଆଖଣ୍ଡଳମଣୀ, ଧବଳେଶ୍ବର ଓ କୋରାପୁଟର ଗୁପ୍ତେଶ୍ବର କ୍ଷେତ୍ରରେ ଏନେଇ ପ୍ରସ୍ତୁତି ଚୁଡାନ୍ତି । ଶୈବ ପୀଠ ଗୁଡିକରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏକାମ୍ରକ୍ଷେତ୍ର ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ ବୋଲି ସମୟ ଧାର୍ଯ୍ୟ ହୋଇଛି । ସେହିପରି ପୁରୀ ଲୋକନାଥ ଓ କପିଳାସର ଚନ୍ଦ୍ରଶେଖର ଜିଉଙ୍କ ମହାଦୀପ ବିଳମ୍ବିତ ରାତିରେ ଉଠିବା ନେଇ ସମୟ ନିର୍ଘଣ୍ଟ କରାଯାଇଛି।

ରାତି ପାହିଲେ ଜାଗର । ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଶେଷ । ଲିଙ୍ଗରାଜ ମନ୍ଦିରକୁ ଅତି ସୁନ୍ଦରଭାବେ ବିଭିନ୍ନ ରକମ ଭୁଲରେ ସଜା ଯାଇଛି । ଭୁବନେଶ୍ବର ଫ୍ଲୋରିଷ୍ଟ ଆସୋସିଏସନ ପକ୍ଷରୁ ଏସବୁ ଆୟୋଜନ ହୋଇଛି । ସେହିପରି ମନ୍ଦିର ବେଢା କୁ ରଙ୍ଗବେରଙ୍ଗ ଆଲୋକରେ ସଜାଇବାର  ବ୍ୟବସ୍ଥା ହୋଇଛି । ନୀତି ନିର୍ଘଣ୍ଟ ଅନୁସାରେ ରାତି ୧୦ରେ ଲିଙ୍ଗରାଜଙ୍କ କ୍ଷେତ୍ରରେ ଉଠିବ ମହାଦୀପ । ଲିଙ୍ଗରାଜ କ୍ଷେତ୍ରରେ ଲକ୍ଷାଧୀକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି କମିସନରେଟ୍ ପୋଲିସ ବ୍ୟପକ ବ୍ୟବସ୍ଥା ହୋଇଛି  । ଦିନରେ ଖରା ଦାଉରୁ ସୁରକ୍ଷା ଦେବାକୁ ଭକ୍ତଙ୍କ ପାଇଁ ଫାଇବର ସେଡ୍ ନିର୍ମାଣ କରାଯାଇଛି । ଏଥି ସହ ଖରା ଅଧିକ ହେଉଥିବାରୁ ଭକ୍ତଙ୍କ ପାଇଁ ପ୍ରଚୁର ପାନୀୟ ଜଳ ସହ ପାଣି ସିଞ୍ଚନର ବ୍ୟବସ୍ତା କରିଛି ପ୍ରଶାସନ।

ସେହିପରି ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ପୁରୀ ଲୋକନାଥଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଲୋକନାଥଙ୍କ କ୍ଷେତ୍ରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାରିକେଡ଼୍ ବ୍ୟବସ୍ଥା ହୋଇଛି । ଜାଗଗ ରାତିର ୧୨ ଟାରୁ ୨ ଟା ମଧ୍ୟରେ ହରିହର ଭେଟ ଓ ରାତ୍ର ୩ ଟାରୁ ୪ଟା ମଧ୍ୟରେ ମହାଦୀପ ଉଠିବାର ନୀତି ନିର୍ଘଣ୍ଟ ହୋଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସେହିପରି ଭଦ୍ରକ ଆଖଣ୍ଡଳମଣି କ୍ଷେତ୍ରରେ ଜାଗରଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ହଜାର ହଜାର ଭକ୍ତଙ୍କ ସମାବେଶରୁ ନଜରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ହୋଇଛି। 

ଅନ୍ୟପଟେ ରାଜ୍ୟର ଆଉ ଏକ ପ୍ରମୁଖ ଶୈବ ପୀଠ ଢେଙ୍କାନାଳ କପିଳାସ ସ୍ଥିତ ଚନ୍ଦ୍ରଶେଖର ଜିଉ, ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରଙ୍କ  କ୍ଷେତ୍ରରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ସେପଟେ କୋରାପୁଟର ଗୁପ୍ତେଶ୍ବରଙ୍କ କ୍ଷେତ୍ରରେ ଜାଗର ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏଠାରେ ବାବାଙ୍କ  ବୃହତ୍ତମ ଶିବ ଲିଙ୍ଗ ମୁଖ୍ୟ ଆକର୍ଷଣ ହୋଇଥିବାରୁ କେବଳ ଓଡିଶା ନୁହେଁ ପଡୋଶୀ ଆନ୍ଧ୍ରରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ମନ୍ଦିର ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି ।  

Exit mobile version