
ଭୁବନେଶ୍ଵର: ପୁଣି ମହଙ୍ଗା ହେଲା ସୁନା । ଆଜି ୯୬ ହଜାର ଟଙ୍କା ଟପି ଆଉ ଏକ ନୂଆ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚଛି ସୁନା ଦର । ପୁଣି ଦାମ୍ ବଢ଼ିଥିବାରୁ ଲକ୍ଷେ ଟଙ୍କା ଛୁଇଁବା ଆଉ ବେଶି ଦୂର ନୁହେଁ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି । ଆମେରିକା – ଚୀନ ମଧ୍ୟରେ ବଢୁଥିବା ବାଣିଜ୍ୟ ଯୁଦ୍ଧ ଏବଂ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ଏ ବର୍ଷ ସୁନା ଦର ନୂଆ ରେକର୍ଡ କରିପାରେ । ଆଜି ମଧ୍ୟ ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛ। କାଲି ଅପେକ୍ଷା ଆଜି ବଢ଼ିଛି ଦର ।
ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୬,୧୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୮୮ ହଜାର ୧୫୦ ଟଙ୍କା ଛୁଇଛି। ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୬ ହଜାର ୧୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୮ ହଜାର ୧୫୦ ଟଙ୍କାକୁ ପହଞ୍ଚିଛି। ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୬,୧୭୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୮୮,୧୫୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୬,୩୨୦ ଟଙ୍କା ଓ ୨୨ କ୍ୟାରେଟ୍ ୮୮,୩୦୦ ଟଙ୍କା ରହିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୬,୧୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୮୮,୧୫୦ ଟଙ୍କା ରହିଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୬,୧୭୦ ଓ ୮୮,୧୫୦ ଟଙ୍କା ରହିଛି । ଅନ୍ୟପଟେ ରୂପା ମୂଲ୍ୟ କିଲୋ ପିଛା ୧,୧୦,୦୦୦ ଟଙ୍କାରେ କାରବାର ଆରମ୍ଭ କରିଛି।
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ। ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ। ସୁନା କିଣିବା ବେଳେ ହଲ୍ମାର୍କ ଦେଖି ସୁନା କିଣନ୍ତୁ। ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ।