
ବିଭିନ୍ନ ଦଳର ମିଳିତ ସଂଗଠନରେ ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି।ସମସ୍ତ ଜାତୀୟ ରାଜପଥରେ ରାସ୍ତାରୋକ କରାଯିବ ସହିତ ପରିବହନ ସେବା ବାଧା ପ୍ରାପ୍ତ ହୋଇଛି ।ଆଜି ସକାଳୁ ସକାଳୁ ଓଡିଶାରେ ମଧ୍ୟ କିଛି କିଛି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।
ଆନ୍ଦୋଳନକାରୀ ମାନେ ପକେଟିଂ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି।ଏହାର ବେଶୀ ପ୍ରଭାବ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ସମ୍ବଲପୁର କ୍ଷେତରାଜପୁର ଷ୍ଟେସନରେ ବିକ୍ଷୋଭକାରୀମାନେ ଦୁଇଟି ଟ୍ରେନ ସମ୍ବଲପୁର-ପୁରୀ ଓ ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସକୁ ଅଟକାଇଛନ୍ତି।