Site icon UTKAL PRATIDIN

ଆଜି ମହାପ୍ରଭୁଙ୍କ ବାମନ ଅବତାର ଜଣାନ୍ତୁ କଣ ରହିଛି ଏହାର ମହତ୍ଵ

6

ପୁରୀ: ଭାଦ୍ରବ ମାସ ଶୁକ୍କପକ୍ଷ ଦ୍ୱାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ସେପଟେ ରାଜନଅରରେ ଆଜି ରାତିରେ ସୁନିଆଁ ପର୍ବ ପାଳିତ ହେବ । ଗଜପତି ମହାରାଜାଙ୍କ ଶାସନର ନୂଆ ଅଙ୍କ ଓ ନୂଆ ବର୍ଷ ଆଜି ଠାରୁ ଆରମ୍ଭ ହୋଇଛି । ମହାରାଜଙ୍କ ଶାସନର ୬୬ ଅଙ୍କ ଓ ୧୪୩୧ ସାଲ୍ ଆଜି ଠାରୁ ଆରମ୍ଭ ହୋଇଛି । ଗଜପତି ମହାରାଜା ଙ୍କ ନାମ ସହ ନୂଆ ସାଲ ଓ ନୂଆ ଅଙ୍କ ଉଲ୍ଲେଖ ଥିବା ସୁବର୍ଣ୍ଣ ମୁଦ୍ରା ଆଜିଠାରୁ ପ୍ରଚଳିତ ହେବ। ପାରିଷଦ ବର୍ଗ ଏହିଅବସରରେ ଗଜପତି ମହାରାଜଙ୍କୁ ସୁନିଆଁ ଭେଟି ପ୍ରଦାନ କରିବେ।

ପରମ୍ପରା ଅନୁଯାୟୀ, ଆଜି ସଂଧ୍ୟାରେ ରାଜନଅରରେ ପାଳନ କରାଯିବ ସୁନିଆଁ ନୀତି । ସେଥିପାଇଁ ଉତ୍ସବମୁଖର ହୋଇ ଉଠିବ ରାଜପ୍ରସାଦ । ପାରିଷଦ ବର୍ଗ ଗଜପତି ମହାରାଜଙ୍କୁ ବନ୍ଦାପନା ସହ ସୁନିଆଁ ଭେଟି ପ୍ରଦାନ କରିବେ। ବିଜେ କାହାଳୀ ସହ ସୁନିଆଁ ପର୍ବ ବେଶ୍ ଧୁମ୍ ଧାମରେ ଶ୍ରୀନହର ରେ ପାଳନ କରାଯିବ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସନର ଆରମ୍ଭର ପ୍ରଥମ ଦିନ ହେଉଛି ଏହି ସୁନିଆଁ ପର୍ବ। ପ୍ରତିବର୍ଷ ଏହି ଦିନ ଗଜପତି ମହାରାଜଙ୍କ ନୂଆ ଅଙ୍କ ଗଣନା କରାଯାଇଥାଏ । ସୁନିଆଁର ଅର୍ଥ ଏକ ସୁବର୍ଣ୍ଣ ମୋହରରେ ଅଙ୍କ କଷିବା । ଏହି ଅବସରରେ ଗଜପତି ମହାରାଜ ଗାଦି ଘରକୁ ବିଜେ କରିବେ। ସେଠାରେ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯିବ।ପଞ୍ଚଦେବ ଙ୍କୁ ପୂଜା ସହ ମଙ୍ଗଳାର୍ପଣ କରାଯିବ। ପରେ ଗଜପତି ମହାରାଜ ଗାଦିରେ ଅଧିଷ୍ଠିତ ହେବେ ଏହାପରେ ତାଙ୍କ ନାଁରେ ସୁନାର ନୂଆ ମୁଦ୍ରା ପ୍ରଚଳିତହେବ। ଯେଉଁଥିରେ ନୂଆ ଅଙ୍କ ଓ ସାଲ୍ ଉଲ୍ଲେଖ ରହିବ। ପାରିଷଦ ବର୍ଗ ଏହିଅବସରରେ ଗଜପତି ମହାରାଜ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଶୁଭାର୍ଶୀର୍ବାଦ ପ୍ରଦାନ କରିବେ। ସେମାନେ ଭିନ୍ନ ଭିନ୍ନ ସୁନିଆଁ ଭେଟି ଦେବା ସହ ମଙ୍ଗଳକାମନା ଜଣାଇବେ।

ସେହିପରି ଶ୍ରୀମନ୍ଦିରରେ ଆଜି ପାଳନ କରାଯିବ ଶ୍ରୀକୃଷ୍ଣଙ୍କ ବାମନ ନୀତି । ସକାଳ ଧୂପ ପରେ ମହାସ୍ନାନ, ସର୍ବାଙ୍ଗ ନୀତି ପରେ ଟେରା ପଡ଼ି ଜୟ-ବିଜୟ ଦ୍ବାର ବନ୍ଦ କରାଯିବ। ଏହାପରେ ଭିତର କାଠ ପାଖରେ ମୁରୁଜରେ ମଣ୍ଡଳ କଟାଯିବ । ମୁଦିରସ୍ତ ଧଣ୍ଡିପ୍ରସାଦ ଲାଗି କଲା ପରେ ବାମନ ମଣ୍ଡଳକୁ ବିଜେ କରିବେ। ବଣିଆ ସେବକ ଦେଇଥିବା ସୁନା ବାମନ ପ୍ରତିମାଙ୍କ ନିକଟରେ ବରୁଣ ପୂଜା, ବ୍ରହ୍ମବରଣ ନୀତି ଅନୁଷ୍ଠିତ ହେବା ପରେ ଖଣ୍ଡୁଆ ଯୋଡ଼ାଯାଇ ଜନ୍ମବିଧି ଅନୁଷ୍ଠିତ ହେବ। ଏହା ପରେ କ୍ଷୀର, ସର, ଲହୁଣୀ ଭୋଗ ହୋଇ ସୋମନାଥ ମାଜଣା ମଣ୍ଡପ ଖଟକୁ ବିଜେ କରିବେ। ପରେ ପତି ମହାପାତ୍ର ରୁପା ବଟାରେ ଶ୍ରୀଦୁର୍ଗା ଦେବୀଙ୍କୁ ସୋମନାଥ ମଣ୍ଡପରେ ବିଜେ କରାଇବେ। ଏଠାରେ ବସୁଧାରା ଓ ଯଜ୍ଞ ବିଧି ପରେ ଶୀତଳ ଭୋଗ, ବନ୍ଦାପନା ହୋଇ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ ।

Exit mobile version