Site icon UTKAL PRATIDIN

ଆଜି ମାଣିକେଶ୍ବରୀ ପ୍ରସିଦ୍ଧ ଛତର ଯାତ୍ରା

kalal-716x430

କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପୀଠ ବିଜୟ ଛତର ଯାତ୍ରା ଅନୁଷ୍ଠିତ ହେଉଛି ।ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରୁଛନ୍ତି।ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ପଡିଛି ହଜାର ହଜାର ବଳି । ପ୍ରଶାସନର ବାରଣ ଓ ସଚେତନତା ସତ୍ତ୍ୱ ଆଜି ୧୦ ହଜାରରୁ ଅଧିକ ବଳି ଦିଆଯାଇଛି ।

ଶୁକ୍ରବାର ଭୋର ୪ଟାରେ ମା’ ମାଣିକେଶ୍ବରୀଙ୍କ ଛତର ମନ୍ଦିରରୁ ବାହାରି ଜେନାଖାଲରେ ପହଞ୍ଚିଥିଲା। ସେଠାରେ ପୂଜାର୍ଚ୍ଚନା ଓ ଗୁପ୍ତ ରୀତିନୀତି ପରେ ଭୋରରେ ମା’ଙ୍କ ଛତର ବିଜୟ ଯାତ୍ରା ଆରମ୍ଭ ହୋଇଥିଲା। ମାଣିକେଶ୍ବରୀ ମନ୍ଦିରରେ ଛତର ପହଞ୍ଚିଥିବା ପରେ ସେଠାରେ କଳାହାଣ୍ତି ରାଜପରିବାର ଛତରକୁ ସ୍ବାଗତ କରି ମନ୍ଦିରକୁ ପାଛୋଟି ନେଇଥିଲେ।

Exit mobile version