Site icon UTKAL PRATIDIN

ଆଜି ବିଜୟା ଦଶମୀ, ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ପୂଜା ମଣ୍ଡପ

503_1698212097

ଆଜି ମହାମାୟୀଙ୍କ ଦଶମୀ ତିଥି ।ଶେଷ ଦିନରେ ମନ୍ତ୍ର ଧ୍ୱନିରେ କମ୍ପୁଛି ଗଗନ ପବନ ।ଶେଷ ଦିନରେ ପୂଜା ମଣ୍ଡପରେ ମାଙ୍କୁ ଦର୍ଶନ କରିବା ପାଇଁ ଭିଡ ଜମିଲାଣି । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି। ଟ୍ବିନ ସିଟି କଟକ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡପ ମାନଙ୍କରେ ବେଶ ଭିଡ଼ ଦେଖିବାକୁ ମିଳୁଛି।।

ଭୁବନେଶ୍ୱର ମଣ୍ଡପ ଗୁଡିକରେ ସୁଉଚ୍ଚ ତୋରଣ ଓ ସୁନ୍ଦର ଆଲୋକମାଳ, ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି ।କେଉଁଠି ମାଆଙ୍କ ମୃଣ୍ମୟ ମୂର୍ତି ଦେଖିବାକୁ ଲୋକଙ୍କ ଭିଡ ହେଉଛି ତ କେଉଁଠି ସୁନ୍ଦର ଆଲୋକମାଳା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଜୟା ଦଶମୀ ଅବସରରେ ଆଜି ବିଭିନ୍ନ ସ୍ଥାନରେ ଭଳିକି ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

Exit mobile version