Site icon UTKAL PRATIDIN

ଆଜି ଶ୍ରୀମନ୍ଦିରରେ ଛତିଶ ନିଯୋଗ ବୈଠକ

Jagannath-Temple

ଆଜି ମଙ୍ଗଳବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ ।ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଛତିଶା ନିଯୋଗର ବୈଠକ ଅନୁଷ୍ଠିତ ହେବ ।ଏଥିରେ ଆସନ୍ତା ୧୪ ତାରିଖରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା କାର୍ତ୍ତିକ ମାସର ବାଳଧୂପ ନୀତି ନିର୍ଘଣ୍ଟ ଅନୁମୋଦନ ହେବ । ଶ୍ରୀ ମନ୍ଦିର ନାଟମଣ୍ଡପକୁ ବାତାନୁକୂଳ କରିବା ନିମନ୍ତେ ଆଲୋଚନା ହେବ ।

କାର୍ତ୍ତିକ ମାସରେ ରାଈଦାମୋଦର ବ୍ରତଧାରୀ ହବିଷ୍ୟାଳିଙ୍କ ସମେତ ଆଗନ୍ତୁକ ସମସ୍ତ ଶ୍ରଦ୍ଧାଳୁ କିଭଳି ମହାପ୍ରଭୁଙ୍କୁ ଭଲ ଭାବେ ଦର୍ଶନ କରିବେ ସେଥିନେଇ ବିସ୍ତୃତ ଭାବେ ଆଲୋଚନା କରାଯିବ । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ପ୍ରଶାସନିକ ଅନ୍ୟ ଅଧିକାରୀ ଓ ବରିଷ୍ଠ ସେବାୟତମାନେ ଯୋଗଦେବେ ।

Exit mobile version