“ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର l
“ଗୁରୁ ସାକ୍ଷାତ ପରଂବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ” l
ଆଜି ସମଗ୍ର ଦେଶରେ ସର୍ବତ୍ର ‘ଗୁରୁ ଦିବସ’ ପାଳନ କରାଯାଉଛି । ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କର ଆଜି ହେଉଛି ଜନ୍ମବାର୍ଷିକ l ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଭାବେ ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ଜନ୍ମଦିବସ ରୂପେ ପିଲାମାନେ ପାଳନ କରୁଥିଲେ l ହେଲେ ରାଧାକ୍ରିଷ୍ଣନ୍ ଏଥିରେ ରାଜି ହୋଇ ନଥିଲେ । ଜନ୍ମଦିନ ପାଳନ ନକରି ବରଂ ଗୁରୁ ଦିବସ’ ରୂପେ ପାଳନ କରାଯାଉ ବୋଲି ମତ ଦେଇଥିଲେ । ସେହିଦିନଠାରୁ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି । ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏହି ଦିବସ ଉତ୍ସର୍ଗୀକୃତ ।
ସେ ଜଣେ ମହାନ୍ ପଣ୍ଡିତ, ଦାର୍ଶନିକ ଓ ‘ଭାରତରତ୍ନ’ ପ୍ରାପ୍ତ ଥିଲେ, ରାଧାକୃଷ୍ଣନ୍ ତୁଳନାତ୍ମକ ଧର୍ମ ଓ ଦର୍ଶନ କ୍ଷେତ୍ରରେ ବିଂଶ ଶତାବ୍ଦୀର ବିଶିଷ୍ଟ ଭାରତୀୟ ବିଦ୍ବାନମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ସେ ଚେନ୍ନାଇର ପ୍ରେସିଡେନ୍ସି କଲେଜ ଓ କଲିକତା ବିଶ୍ବବିଦ୍ୟାଳୟ ସମେତ ଦେଶର ଓ ଆନ୍ତର୍ଜାତିକସ୍ତରୀୟ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷକତା ଗ୍ରହଣ କରିଥିଲେ । ସେ ୧୯୩୧ରୁ ୧୯୩୬ ଯାଏ ଆନ୍ଧ୍ର ବିଶ୍ବବିଦ୍ୟାଳୟର କୁଳପତି ଆସନ ମଣ୍ଡନ କରିଥିଲେ। ୧୯୩୬ରେ ତାଙ୍କୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ପ୍ରାଚ୍ୟ ଧର୍ମ ଓ ନୀତିଶାସ୍ତ୍ରର ପ୍ରଫେସର ପଦ ପାଇଁ ଆମନ୍ତ୍ରଣ କରାଯାଇଥିଲା ଏବଂ ସେ ୧୬ ବର୍ଷ ଧରି ସେ ଦାୟିତ୍ବରେ ରହିଥିଲେ।
କୁହାଯାଏ, ଶିଷ୍ୟର ଚରିତ୍ର ଗଠନ କିମ୍ବା ଭଲ ମଣିଷ ରୂପେ ତାକୁ ଗଢ଼ି ତୋଳିବାରେ ଜଣେ ଗୁରୁର ପ୍ରମୁଖ ଭୂମିକା ରହିଥାଏ । ଜଣେ ପ୍ରକୃତ ଗୁରୁ ଶିଷ୍ୟକୁ ଉଚିତ୍ ମାର୍ଗ ଦେଖାଇଥାଏ । ଆଉ ଯେଉଁଥିରେ ଚଲାପଥ ସୁଗମ ହେବା ସହ ପିଲାଟି ଜୀବନରେ ସଫଳତା ପାଇଥାଏ।

