ଆଜିର ଦୁନିଆରେ ୧୨ ବର୍ଷ ବୟସରେ ଯେଉଁଠି ଜଣେ ପିଲା ନିଜ ହାତରେ ନିଜେ ଠିକ ଭାବରେ ଖାଇବା ଶିଖିପାରୁ ନାହିଁ ସେହି ବୟସରେ କେହି ଜଣେ ଦେଶ ପାଇଁ ନିଜର ଜୀବନ ଦେଇଥିଲା l ଭାବିଲେ ଆଚାର୍ଯ୍ୟ ଲାଗୁଥିଲେ ବି ଏହା ସତ l ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ବସିଥିବା ସେ କୁନି ସ୍ୱାଧୀନତା ସଂଗ୍ରାମୀ ଥିଲେ ବାଜି ରାଉତ l ସାରା ଓଡ଼ିଶାବାସୀ ତାଙ୍କ ପାଇଁ ଗର୍ବ ଓ ଗୌରବ ମାନେ କରୁଛନ୍ତି l ସର୍ବ କନିଷ୍ଠ ସ୍ୱାଧିନତା ସଂଗ୍ରାମୀ ଭାବେ ବାଜି ରାଉତ। ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ପରିଚିତ । ତାଙ୍କ ବୀରତ୍ୱ ଓ ସାହସିକତା ଆମ ସମାଜ ପାଇଁ ଏକ ଉଦାହରଣ ପାଲଟି ଯାଇଛି l ତେବେ ଆଜି ସେଇ ମହାନ ବ୍ୟକ୍ତିତ୍ୱଙ୍କର ଜନ୍ମ ଜୟନ୍ତୀ l ତାଙ୍କୁ ଆଜି ସାରା ଓଡିଶା ମାନେ ପକାଉଛି l
୧୯୨୬ ମସିହା ଆଜିର ଦିନରେ ଅର୍ଥାତ ଅକ୍ଟୋବର ୫ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ନିଳକଣ୍ଠପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ବାଜି ରାଉତ । ଏକ ଛୋଟ ଗରିବ ପରିବାରରେ ତାଙ୍କର ଜନ୍ମ ହୋଇଥିଲା l ପିଲାଟି ଦିନୁ ସେ ତାଙ୍କ ପିତାଙ୍କୁ ହରାଇଥିଲେ । ତାଙ୍କ ମା’ ଘର ଘର ବୁଲି କାମ କରି ବୋହୁ କଷ୍ଟରେ ତାଙ୍କର ଲାଳନପାଳନ କରିଥିଲେ l
ବାଜି ରାଉତ ମାତ୍ର ୧୨ ବର୍ଷ ବୟସରେ ତାଙ୍କ ଗାଁରେ ହେଉଥିବା ସ୍ୱାଧୀନତା ସଂଗ୍ରାମରେ ଯୋଗ ହମଦେଇଥିଲେ l ଭାରତ ଛାଡ ଆନ୍ଦୋଳନରେ ବାନର ସେନା ଭାବେ ସେ ଭାଗ ନେଇଥିଲେ। ପ୍ରଜା ମଣ୍ଡଳ ଆନ୍ଦୋଳନର ଜଣେ ସଭ୍ୟ ଭାବେ ସେ ଯୋଗ ଦେଇଥିଲେ l ଆନ୍ଦୋଳନ ସମୟରେ ଇଂରେଜ ଫୌଜ ଆନ୍ଦୋଳନ ଦମନ କରିବା ପାଇଁ ନୀଳକଣ୍ଠପୁର ଗ୍ରାମକୁ ଯିବେ ବୋଲି ବାଜି ରାଉତଙ୍କୁ ଡଙ୍ଗା ସାହାଯ୍ୟରେ ନଦୀ ପାର କରେଇବାକୁ କହିଥିଲେ l କିନ୍ତୁ ସେ ମନା କରି ଦେଇଥିଲେ l ଫଳରେ ଇଂରେଜ ଫୌଜ ସହ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ଆଉ ଇଂରେଜମାନେ ଗୁଳି ଚାଳନା ଆରମ୍ଭ କରିଦେଇଥିଲେ l ଏହି ସମୟରେ ଇଂରେଜଙ୍କ ଗୁଳି ମାଡ଼ରେ ଟଳି ପଡିଥିଲା କୁନି ସାହସୀ ବାଳକ ବାଜି ରାଉତ l ୧୯୩୮ ଅକ୍ଟୋବର ୧୧ ତାରିଖରେ ରାତି ଥିଲା ତାଙ୍କର ଶେଷ ରାତି l ମାତ୍ର ୧୨ ବର୍ଷ ବୟସରେ ଦେଶ ପାଇଁ ଖୁସି ଖୁସି ଦେଇଥିଲେ ସେ ପ୍ରାଣବଳି l ଦେଶର ସେବା ପାଇଁ ଜୀବନ ଦେଇ ସ୍ବର୍ଣ୍ଣିମ ଅକ୍ଷରରେ ସବୁ ଦିନ ପାଇଁ ଚୀର ଅମର ହୋଇ ରହିଛନ୍ତି ବୀର ସହିଦ ବାଜି ରାଉତ।