UTKAL PRATIDIN

ଆଜି ରାଷ୍ଟ୍ରୀୟ ଇଞ୍ଜିନିଅର ଦିବସ

ସମସ୍ତେ ନିଜ ବାଲ୍ୟ କାଳରୁ କିଏ ଡାକ୍ତର ତ କିଏ ଇଞ୍ଜିନିଅର ପୁଣି କିଏ ପୋଲିସ ତ କିଏ ସୈନ୍ୟ ହେବାର ସ୍ବପ୍ନ ନେଇ ଆଗକୁ ବଢିଥାନ୍ତି l ପରବର୍ତ୍ତୀ ସମୟରେ କିଏ ନିଜର ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହୁଏ ତ ଆଉ କିଏ ହୋଇପାରେନାହିଁ l ତେବେ ଏହାରି ଭିତରେ ଇଞ୍ଜିନିଅର ଏକ ଏପରି ବୃତ୍ତି ଯେ ଆମେ ବ୍ୟବହାର କରୁଥିବା ସାମାନ୍ୟ ଏକ ଛୁଞ୍ଚିରୁ ଆରମ୍ଭ କାରି ବଡ଼ ବଡ଼ କୋଠାବାଟୀ ସବୁ ସେଇ ଇଞ୍ଜିନିଅରମାନଙ୍କର କମାଲ l ତେଣୁ ସମାଜରେ ଇ ଇଞ୍ଜିନିୟରମାନଙ୍କର ଅସାଧାରଣ ଅବଦାନକୁ ପାଳନ କରିବା ପାଇଁ ପ୍ରତି ବର୍ଷ ୧୫ ସେପ୍ଟେମ୍ବରକୁ ଭାରତର ରାଷ୍ଟ୍ରୀୟ ଇଞ୍ଜିନିୟର ଦିବସ ରୂପେ ପାଳନ କରାଯାଏ l

ଇତିହାସ :

ଦେଶରେ ଅଗଣିତ ଇଞ୍ଜିନିୟରଙ୍କ ଉଦ୍ୟମକୁ ସ୍ୱୀକାର କରିବା ଏବଂ ପ୍ରଶଂସା କରିବା ପାଇଁ ଭାରତ ସରକାର ୧୫ ସେପ୍ଟେମ୍ବରକୁ ଭାରତର ଇଂଜିନିୟର ଦିବସ ରୂପେ ଘୋଷଣା କରିଥିଲେ l ପ୍ରଥମ ଥର ପାଇଁ ୧୯୬୮ ମସିହାରେ ଭାରତରେ ଇଞ୍ଜିନିୟର୍ସ ଦିବସ ପାଳନ କରାଯାଇଥିଲା ।

କାହିଁକି ୧୫ ସେପ୍ଟେମ୍ବର?

ପ୍ରତ୍ୟୋକ ବର୍ଷ ୧୫ ସେପ୍ଟେମ୍ବରକୁ ଭାରତ ଇଞ୍ଜିନିଅର ଦିବସ ରୂପେ ପାଳନ କରାଯାଉଛି l ଏହି ଦିନ ଭାରତର ଜଣେ ମହାନ ଇଞ୍ଜିନିୟର ତଥା ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ମୋକ୍ଷାଗୁଣ୍ଡମ୍ ବିଶ୍ୱଭାରାୟାଙ୍କ ଜନ୍ମ ବାର୍ଷିକ l ତାଙ୍କରି ସ୍ମରଣରେ ଏହି ଦିନଟିକୁ ଭାରତର ଇଞ୍ଜିନିଅର ଦିବସ ରୂପେ ପାଳନ କରାଯାଉଛି l ବିଶ୍ୱଭାରାୟ ଜଣେ ଖୁବ ଦକ୍ଷ ଇଞ୍ଜିନିଅର ଥିଲେ l ତାଙ୍କ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ସର୍ବ ଶ୍ରେଷ୍ଠ ନାଗରିକତା ପୁରସ୍କାର ଭାରତ ରତ୍ନ ମଧ୍ୟ ମିଳିଥିଲା l ଇଞ୍ଜିନିୟରିଂ କ୍ଷେତ୍ରରେ, ସାର୍ ବିଶ୍ୱଭାରାୟା ଜଣେ ଅଗ୍ରଦୂତ ଥିଲେ ଯିଏ ଭାରତର ଭିତ୍ତିଭୂମି ଅଭିବୃଦ୍ଧିରେ ବିଶେଷ ପ୍ରଭାବ ପକାଇଥିଲେ | ସେ ବନ୍ଧ, ଜଳସେଚନ ନେଟୱାର୍କ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ସାର ମୋକ୍ଷାଗୁଣ୍ଡମ୍ ବିଶ୍ୱଭାରାୟା

ଉଦେଶ୍ୟ :

ଇଞ୍ଜିନିଅରମାନଙ୍କ ଅଭିନବତାର ଆତ୍ମାକୁ ଚିହ୍ନିବା ଏବଂ ବିଶ୍ୱକୁ ପ୍ରଭାବିତ କରିବାରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକିତ କରିବା ପାଇଁ ଏହି ଦିନଟି ଉତ୍ସର୍ଗୀକୃତ l ଏକ ଦେଶର ଅଭିବୃଦ୍ଧି ଏହାର ଇଞ୍ଜିନିୟର୍ମାନଙ୍କ ଉପରେ ନିର୍ଭର କରେ କାରଣ ସେମାନେ ନବସୃଜନ, ସମସ୍ୟା ସମାଧାନ ଏବଂ ବୈଷୟିକ ପ୍ରଗତିର ଅଗ୍ରଭାଗରେ ରହିଥାନ୍ତି l ଏଥିସହ ଏହି ଦିନଟି ଯୁବ ପିଢ଼ିକୁ ଇଞ୍ଜିନିୟରିଂକୁ କ୍ୟାରିୟର ଭାବରେ ବିବେଚନା କରିବାକୁ ଉତ୍ସାହିତ ମଧ୍ୟ୍ୟ କରିଥାଏ l ଆମର ଦୈନନ୍ଦିନ ଜୀବନରେ ଇଞ୍ଜିନିୟରିଂର ମୂଲ୍ୟକୁ ଆମକୁ ସ୍ମରଣ କରାଇଥାଏ ଏହି ଦିନ l ସତରେ ଇଞ୍ଜିନିଅରଙ୍କ ବିନା ଆମ ଜୀବନ ଅନ୍ଧକାର ସଦୃଶ l

ଚଳିତବର୍ଷର ଥିମ :

ସବୁବର୍ଷ କିଛି ଥିମ ସହିତ ଏହି ଇଞ୍ଜିନିଅର ଦିବସ ପାଳନ କରାଯାଏ l ତେବେ ଚଳିତ ବର୍ଷ ଅର୍ଥାତ ୨୦୨୩ ଇଞ୍ଜିନିଅର ଦିବସର ଥିମ ହେଉଛି, “engineering for a sustainable future” ଅର୍ଥାତ ସ୍ଥାୟୀ ଭବିଷ୍ୟତ ପାଇଁ ଇଞ୍ଜିନିଅରିଂ l ଆମର ଏକ ସ୍ଥାୟୀ ଭବିଷ୍ୟତ ଉଦେଶ୍ୟରେ ଇଞ୍ଜିନିଅରିଂ ର ଗୁରୁତ୍ୱକୁ ଏହା ପ୍ରତିପାଦନ କରୁଛି l

Exit mobile version