Site icon UTKAL PRATIDIN

ଆଜି ଶିଶୁ ଦିବସ, ମନେ ପଡନ୍ତି ନେହେରୁ

sishu

ନଭେମ୍ବର ୧୪ ଆଜି ଶିଶୁ ଦିବସ । ମହାନ ସ୍ବାଧିନତା ସଂଗ୍ରାମୀ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀକୁ ଶିଶୁ ଦିବସ ଭାବେ ପାଳନ କରାଯାଏ ।ସେ ଛୋଟ ଛୁଆଙ୍କୁ ଅଧିକ ଭଲ ପାଇବା ସହ ସେମାନଙ୍କ ଗହଣରେ ଅଧିକ ସମୟ ବିତାଇବାକୁ ଭଲ ପାଉଥିଲେ। ପିଲାମାନେ ତାଙ୍କୁ ଶ୍ରଦ୍ଧାରେ ଚାଚା ନେହେରୁ ବୋଲି ଡାକୁଥିଲେ। ପିଲାମାନଙ୍କ ପ୍ରତି ତାଙ୍କର ଗଭୀର ଭଲ ପାଇବା ଥିବାରୁ ସେ ଚାହୁଁଥିଲେ ତାଙ୍କ ଜନ୍ମ ଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଉ। ସେବେଠାରୁ ଭାରତ ବର୍ଷରେ ପ୍ରତି ବର୍ଷ ନଭେମ୍ବର ମାସ ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟର ସବୁ ଅଙ୍ଗନୱାଡି କେନ୍ଦ୍ରରେ ପାଳିତ ହେଉଛି ଶିଶୁ ଦିବସ। ଏହି ଅବସରରେ ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଉପରେ ଶିଶୁମାନଙ୍କ ପାଇଁ ଉତ୍ସବ ‘କୋଟିଏ ହସ’ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ତେବେ ଚଳିତ ବର୍ଷ ପ୍ରଥମ କରି ରାଜ୍ୟର ସମସ୍ତ ୮୪୧୮ଟି ଅଙ୍ଗନୱାଡି ଜ୍ଞାନ କେନ୍ଦ୍ରରେ “କୋଟିଏ ହସ’ ସହିତ ପୋଷଣ ଶିଶୁ ଓ ସେମାନଙ୍କ ପିତାମାତାଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯିବ।

Exit mobile version