UTKAL PRATIDIN

ମହିଳା ସଂରକ୍ଷଣ ବିଲ ପାଇଁ ଆଜି ଆଉ ଏକ ପରୀକ୍ଷା

ମହିଳା ସଂରକ୍ଷଣ ବିଲ ପାଇଁ ଆଜି ଆଉ ଏକ ପରୀକ୍ଷାର ଦିନ l ଗତ କାଲି ଲୋକସଭାରେ ପାରିତ ହୋଇଥିବା ବେଳେ ଆଜି ରାଜ୍ୟସଭାରେ ଉପସ୍ଥାପିତ କରାଯିବ ହେବ ଏହି ମହିଳା ସଂରକ୍ଷଣ ବିଲ l ତେଣୁ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଜି ଆଉ ଏକ ଐତିହାସିକ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ । ସାରା ଦେଶର ଏବେ ଏହା ଉପରେ ରହିଛି ନଜର । ବିଲ୍ ଟି ଆଜି ଯଦି ରାଜ୍ୟ ସଭାରେ ପାରିତ ହୁଏ ତାହେଲେ ପୁଣି ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଯାଇ ଆଇନରେ ପରିଣତ ହେବ l

ଗତକାଲି ସାଂସଦ ଅଧିବେଶନରେ ୧୧ ଘଣ୍ଟା ଧରି ବିଲ୍ ଉପରେ ବିତର୍କ ହେବା ପରେ ଲୋକ ସଭାରେ ପାରିତ ହୋଇଛି ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ । ବିଲ୍ ସପକ୍ଷରେ ୪୫୪ ଖଣ୍ଡ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ୨ ଖଣ୍ଡ ଭୋଟ୍ ପଡିଥିଲା ।

ତେବେ ଆଜି ବିଜେପି ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ମହିଳା କୋଟା ବିଲ୍ ଉପରେ ବିବୃତ୍ତି ରଖିବାର କାର୍ଯ୍ୟକ୍ରମ ରହିଛି । ୧୪ ଜଣ ମହିଳା ସାଂସଦ ଓ ମନ୍ତ୍ରୀ ବିଜେପି ପକ୍ଷରୁ ଏହି ବିଲ୍ ଉପରେ ବିତର୍କ କରିପାରନ୍ତି l ଏମାନଙ୍କ ମଧ୍ୟରୁ ଓବିସି ସମ୍ପ୍ରଦାୟର ତିନିଜଣ ମହିଳା ସାଂସଦ ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଦୁଇଜଣ ମହିଳା ବିଲ୍ ସପକ୍ଷରେ ତର୍କ କରିବେ । ଆଜି ରାଜ୍ୟସଭାରେ ଏହି ବିଲ୍‌ ପାରିତ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ମହିଳା ସଂରକ୍ଷଣ ବିଲ୍ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନରେ ପରିଣତ ହୋଇଯିବ।

Exit mobile version