
ବାତ୍ୟା ଦାନା ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳର ସ୍ଥିତି ଆଜି ଆକାଶମାର୍ଗରୁ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ବାତ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ପୁରୀ ଓ କଟକ ଜିଲ୍ଲା ଅଂଚଳ ଗୁଡିକର ସର୍ଭେ ମଧ୍ୟ କରାଯିବ ।
ସେହିପରି ପୂର୍ବରୁ ମୁଖ୍ୟମନ୍ତ୍ରୀ ବାତ୍ୟା ସମୀକ୍ଷା କରି କହିଥିଲେ, ବାତ୍ୟା ଓ ବର୍ଷା ଯୋଗୁ ୧ ଲକ୍ଷ ୭୫ ହଜାର ଫସଲ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି ।
ରିପୋର୍ଟ ମିଳିବା ପରେ କ୍ଷତିପୂରଣ ପ୍ରଦାନ ନେଇ ବ୍ୟବସ୍ଥା କରାଯିବ । ଘର ଭଙ୍ଗା ସହାୟତା ନେଇ ବି ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ । ୭ ଦିନ ଭିତରେ ବାତ୍ୟା କ୍ଷୟକ୍ଷତି ଆକଳନ କରି ଖୁବଶୀଘ୍ର କ୍ଷୟକ୍ଷତି ସହାୟତା ରାଶି ଦିଆଯିବ।