
ଛଟ ପୂଜାର ଆଜି ହେଉଛି ଅନ୍ତିମ ଦିନ । ଚାରି ଦିନ ଧରି ଅନୁଷ୍ଠିତ ହେଉଥିବା ପୂଜା ଆଜି ସମାପନ ହେଉଛି। ଏହି ଅବସରରେ ଛଟ୍ ବ୍ରତଧାରୀ ବହୁ ଆସ୍ଥା ଓ ନିଷ୍ଠାର ସହ ମାତା ଛଟିଙ୍କ ପୂଜା କରିଥାନ୍ତି। ତେବେ ବିଶ୍ୱାସ ରହିଛି ମାତା ଛଟିଙ୍କୁ ଯାହା ମାଗିଲେ ତାହା ପୂର୍ଣ୍ଣ ହୋଇଥାଏ ।ପ୍ରକୃତି ରୁ ମିଳୁଥିବା ସମସ୍ତ ଫଳ ମୂଳ ଦେଇ ମାତା ଛଟିଙ୍କ ପୂଜା କରାଯାଇଥାଏ ।
ଆଜି ଅନ୍ତିମ ଦିନରେ ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘୀୟ ଦେଇ ପୂଜା ସମ୍ପନ୍ନ କରୁଛନ୍ତି ବ୍ରତଧାରୀ ।ଏହି ଅବସରରେ ବ୍ରତଧାରୀମାନେ ସୂର୍ଯ୍ୟଙ୍କ ଠାରେ ଫଳ ଲାଗି କରିବା ସହ ଗୁଡ ଓ ବେସନରେ ତିଆରି ଠେକୁଆ ପ୍ରସ୍ତୁତ କରି ପୂଜା କରିଛନ୍ତି। ଏହି ପୂଜା ସହ ସମାପନ ହେବ ବ୍ରତ। ବିହାର ବାସୀଙ୍କ ଗଣପର୍ବ ଭାବରେ ପରିଚିତ ଛଟ୍ ପୂଜାକୁ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ପାଳନ କରାଯାଉଛି।