Site icon UTKAL PRATIDIN

ତିରୁପତିଙ୍କ ଲଡୁ ଭୋଗକୁ ନେଇ ଆସିଲା ବଡ ଖବର

e1b1df5f6b249367c829e6e8a2d21ac26fe971d3ff481d9bfab5d2963f2b74c4

ତିରୁପତିଙ୍କ ଲଡୁ ଭୋଗକୁ ନେଇ ବଡ ଖୁଲାସା ହୋଇଛି । ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ ତିରୁପତିଙ୍କ ଭୋଗରେ ବ୍ୟବହୃତ ଘିଅ ପଶୁ ଚର୍ବି ଓ ମାଛ ତେଲର ମିଶ୍ରଣ ରହିଛି । ରିପୋର୍ଟରେ କୁହାଯାଇଛି ଯେ ଲଡୁ ପାଇଁ ବ୍ୟବହୃତ ହେଉଥିବା ଘିଅରେ ପଶୁ ଚର୍ବି ରହିଥିଲା । ଘିଅରେ ମାଛ ତେଲ ଓ ପଶୁ ଚର୍ବି ଥିଲା । ଘିଅରେ ନିମ୍ନମାନର ସାମଗ୍ରୀ ବ୍ୟବହୃତ ହେଉଥିଲା । ତିରୁପତିଙ୍କ ଭେଙ୍କେଟଶ୍ବର ମନ୍ଦିରରେ ଲଡୁ ଭୋଗ କରାଯାଇଥାଏ ।

ମନ୍ଦିରର ପରିଚାଳନା ତିରୁପତି ତିରୁମାଳା ଦେବସ୍ଥାନମ କରିଥାଏ । ଭକ୍ତଙ୍କ ପାଇଁ ଲଡୁ ବନାଯାଇଥାଏ । ଏହି ଲଡୁକୁ ଭକ୍ତଙ୍କୁ ଦିଆଯିବା ସହ ଭଗବାନଙ୍କ ପାଖରେ ଲଗାଯାଇଥାଏ । ୩ ପ୍ରକାରର ଲଡୁ ଭୋଗ କରାଯାଏ । ତେବେ ତିରୁପତିଙ୍କ ଲଡୁ ପାଇଁ ବ୍ୟବହୃତ ଘିଅରେ ମିଶିଥିଲା ମାଛ ତେଲ ଓ ପଶୁ ଚର୍ବି । ଚନ୍ଦ୍ରବାବୁ ନାଇଡୁଙ୍କ ଅଭିଯୋଗ ପରେ ଆସିଲା ଲ୍ୟାବ୍ ରିପୋର୍ଟ । ରିପୋର୍ଟ ଆସିବା ପରେ ଆନ୍ଧ୍ରପ୍ରଦେଶରେ ଶାସକ ଦଳ ତେଲୁଗୁଦେଶମ ଓ ବିରୋଧୀ ୱାଇଏସଆର କଂଗ୍ରେସ ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି । ୱାଇଏସଆର କଂଗ୍ରେସ କହିଛି, ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଅଭିଯୋଗ ଆଣିଛନ୍ତି ଚନ୍ଦ୍ରବାବୁ ନାଇଡୁ ।

ଟିଡିପି ଏହି ରିପୋର୍ଟ ସାମ୍ନାକୁ ଆଣିଛି । ତିରୁପତିଙ୍କ ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ମିଶିଛି ପଶୁଙ୍କ ଚର୍ବି ଓ ମାଛ ତେଲ । ଗୁଜରାଟରେ ଥିବା ରାଷ୍ଟ୍ରୀୟ ଡାଏରୀ ବିକାଶ ବୋର୍ଡର ପଶୁଧନ, ଖାଦ୍ୟ ବିଶ୍ଲେଷଣ ଓ ଅଧ୍ୟୟନ କେନ୍ଦ୍ରର ପ୍ରୟୋଗଶାଳା ଏହି ରିପୋର୍ଟ ଦେଇଛି ।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏଭଳି ଅଭିଯୋଗ ଆଣିଥିଲେ । ଚନ୍ଦ୍ରବାବୁ ଅଭିଯୋଗ କରିଥିଲେ, ଜଗନମୋହନ ରେଡ୍ଡୀ ସରକାରଙ୍କ ସମୟରେ ଲଡୁ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ଓ ମାଛ ତେଲ ରହିଥିଲା । ଏହାପରେ ଘିଅର ନମୁନାକୁ ଯାଂଚ ପାଇଁ ଗୁଜରାଟ ପଠାଯାଇଥିଲା ।

ରିପୋର୍ଟ ଆସିବା ପରେ ଆନ୍ଧ୍ରପ୍ରଦେଶରେ ଶାସକ ଦଳ ତେଲୁଗୁଦେଶମ ଓ ବିରୋଧୀ ୱାଇଏସଆର କଂଗ୍ରେସ ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି । ୱାଇଏସଆର କଂଗ୍ରେସ କହିଛି, ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଅଭିଯୋଗ ଆଣିଛନ୍ତି ଚନ୍ଦ୍ରବାବୁ ନାଇଡୁ । ଟିଡିପି ଏହି ରିପୋର୍ଟ ସାମ୍ନାକୁ ଆଣିଛି । ଏହା ଲକ୍ଷ ଲକ୍ଷ ଭକ୍ତଙ୍କୁ ଝଟକା ଦେବା ସହ ରିପୋର୍ଟ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।

Exit mobile version