Site icon UTKAL PRATIDIN

ଖୁସି ଖବର: ପୁଣିଥରେମା’ ହେଲାବାଘୁଣୀ ‘ଅଙ୍କିତା’

Tiger_1729150121

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିର ଖବର । ଉଦ୍ୟାନକୁ ଆସିଲା ନୂଆ ଅତିଥି । ପୁଣି ମା’ ହେଲା ବାଘୁଣୀ ଅଙ୍କିତା । ଏହାକୁ ମିଶାଇ ତୃତୀୟ ଥର ପାଇଁ ମା ହୋଇଛି ବାଘୁଣୀ ଅଙ୍କିତା । ବର୍ତ୍ତମାନ ନନ୍ଦନକାନନରେ ମୋଟ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।

କିଛି ମାସ ତଳେ ନନ୍ଦନକାନନରେ ମହାବଳ ବାଘ ସେଫ ସହିତ ଅଙ୍କିତାର ମିଳନ କରାଯାଇଥିଲା । ଉଭୟ ମା-ଛୁଆଙ୍କ ଉପରେ ସିସିଟିଭି ଜରିଆରେ ନଜର ରଖାଯାଇଛି । ଏନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି ।

ଗତ ୨୦୨୩ ଫେବୃଆରୀ ୧୮ରେ ଅଙ୍କିତା ଦ୍ଵିତୀୟ ଥର ପାଇଁ ମା’ ହୋଇଥିଲା । ଏକ କାଳୀନ ୫ ଶାବକଙ୍କୁ ଜନ୍ମ ଦେଇଥିଲା ଅଙ୍କିତା । ସେଥିମଧ୍ୟରୁ ଗୋଟେ ଶାବକ ମୃତ ଜନ୍ମ ହୋଇଥିବା ବେଳେ ବାକି ୪ଟି ଜୀବିତ ଥିଲେ ।  

Exit mobile version