Site icon UTKAL PRATIDIN

ଭାରତରେ ବୃ‌ଦ୍ଧି ପାଇଲା ବାଘ ସଂଖ୍ୟା

3

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଇଛି ବ୍ୟାଘ୍ର ସଂଖ୍ୟା। ସୋମବାର ଲୋକସଭାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡୀ ଏହାର ସୂଚନା ଦେଇଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଭାରତରେ ୩,୬୮୨କୁ ବୃ‌ଦ୍ଧି ପାଇଛି ବାଘ ସଂଖ୍ୟା। ୨୦୦୬ ରେ ଦେଶରେ ୧୪୧୧ ବାଘ ଥିବା ବେଳେ ୨୦୨୨ରେ ଏହା ୩,୬୮୨କୁ ବୃ‌ଦ୍ଧି ପାଇଛି।

ରେଡ୍ଡୀଙ୍କୁ ପଚରାଯାଇଥିଲା ଯେ ଦେଶରେ ସାଧାରଣ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି କିଛି ପକ୍ଷୀ, ଫୁଲ, ପ୍ରାଣୀଙ୍କୁ ଜାତୀୟ ପକ୍ଷୀ, ଜାତୀୟ ଫୁଲ ଏବଂ ଜାତୀୟ ପଶୁ ଭାବରେ ଘୋଷଣା କରାଯାଇ ସେମାନଙ୍କୁ ସ୍ୱତନ୍ତ୍ର ମାନ୍ୟତା ସହିତ ସୁରକ୍ଷା ମଧ୍ୟ ପ୍ରଦାନ କରାଯିବ କି ? ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଭାରତ ସରକାର ବାଘ ଏବଂ ମୟୂରକୁ ଯଥାକ୍ରମେ ‘ଜାତୀୟ ପଶୁ’ ଏବଂ ‘ଜାତୀୟ ପକ୍ଷୀ’ ଭାବରେ ସୂଚିତ କରାଯାଇଛି।

ଦୀର୍ଘ ଦିନ ଧରି ଭାରତ ସରକାରଙ୍କ ଉକ୍ତ ବିଜ୍ଞପ୍ତିଗୁଡିକ ଏମଓଇଏଫ (MoEF) ଏବଂ ସିସି (CC) ସରକାରୀ ରେକର୍ଡରେ ଦେଖାଯାଉ ନଥିବାରୁ ମନ୍ତ୍ରଣାଳୟ ବାଘ ଏବଂ ମୟୂରକୁ ଯଥାକ୍ରମେ ‘ଜାତୀୟ ପଶୁ’ ଏବଂ ‘ଜାତୀୟ ପକ୍ଷୀ’ ଭାବରେ ପୁନଃ ଘୋଷଣା କରିଥିଲେ। ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ଅନୁଚ୍ଛେଦ-୧ରେ ବାଘ ଓ ମୟୂରଙ୍କୁ ସାମିଲ କରାଯାଇ ସେମାନଙ୍କୁ ସର୍ବାଧିକ ସୁରକ୍ଷା ଦିଆଯାଇଥିବା ରେଡ୍ଡୀ କହିଥିଲେ।

Exit mobile version