UTKAL PRATIDIN

ରାଜ୍ୟରେ ଆରମ୍ଭ ହେବ ବାଘ ଗଣନା

ରାଜ୍ୟରେ ବାଘ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି l ତେବେ ରାଜ୍ୟରେ ଏବେ କେତେ ବାଘ ଅଛନ୍ତି ସେନେଇ ଆସନ୍ତା ଅକ୍ଟୋବର ମାସରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବାଘ ଗଣନା । ଏଥିପାଇଁ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି l ଆଜିଠୁ ଏ ନେଇ ରାଜ୍ୟରେ ତାଲିମ ପ୍ରକ୍ରିୟା ଆରମ୍ଭ ହେବ ।

ରାଜ୍ୟ ବନ ବିଭାଗ ସ୍ଵତନ୍ତ୍ର ଭାବେ ନିଜସ୍ୱ ବାଘ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ବିଭିନ୍ନ ପର୍ଯ୍ୟାୟରେ ଗଣନାକାରୀଙ୍କୁ ଏହି ତାଲିମ ଦିଆଯିବା ପାଇଁ ଯୋଜନା କରାଯାଇଛି । ଏହି ପ୍ରକ୍ରିୟାରେ ପ୍ରଥମେ ୨୦ ଜଣ ମାଷ୍ଟର ଟ୍ରେନରଙ୍କୁ ଚନ୍ଦକା ଗୋଡିବାରିଠାରେ ତାଲିମ ଦିଆଯିବ। ୮ଟି ସର୍କଲରୁ ଜଣେ ଲେଖାଏଁ ଏସିଏଫଓଙ୍କୁ ତାଲିମ ଦିଆଯିବ ବୋଲି ଜଣାପଡିଛି । ଏଥିପାଇଁ ବେଙ୍ଗାଲୁରୁ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବ୍ୟାଘ୍ର ବିଭାଗର ୨ଜଣ ବିଶେଷଜ୍ଞ ଓଡ଼ିଶା ଆସିଛନ୍ତି । ପ୍ରଥମେ ମାଷ୍ଟର ଟ୍ରେନରମନଙ୍କୁ ତାଲିମ ଦିଆଯିବା l ପରେ କ୍ଷେତ୍ରସ୍ତରରେ ଏହି ଟ୍ରେନରମାନେ ଗଣନାରେ ସାମିଲ ହେବାକୁ ଥିବା ଅନ୍ୟ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବେ ବୋଲି ସୂଚନା ରହିଛି ।

ତେବେ ପରିବେଶରେ ସନ୍ତୁଳନ ବଜାୟ ରଖିବା ପାଇଁ ମଣିଷ ସହ ଜୀବଜନ୍ତୁ ଗଛଲତା ସବୁର ଆବଶ୍ୟକତା ରହିଛି l କିନ୍ତୁ ଏବେ ମଣିଷ ନିଜର ସୌକିନ ଜୀବନ ଯାପନର ଆଶା ପୂରଣ କରିବା ପାଇଁ ଗଛଲତା କାଟି ଜଙ୍ଗଲ ହ୍ରାସ କରିବାରେ ଲାଗିଛି ଯାହାଦ୍ୱାରା ପରିବେଶର ସନ୍ତୁଳନ ନଷ୍ଟ ହେଉଛି ଏବଂ ଜୀବଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି l

Exit mobile version