Site icon UTKAL PRATIDIN

ଚଳିତ ବର୍ଷ ପଞ୍ଚୁକ ଚାରିଦିନ

TNIE_import_2021_1_18_original_Srimandir_gear

ପଞ୍ଚୁକ ପାଇଁ ଚଳଚଂଚଳ ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ରରେ ଜମୁଛି ବ୍ରତଧାରୀଙ୍କ ଭିଡ଼। ଚଳିତ ବର୍ଷ ୫ ଦିନ ବଦଳରେ ୪ ଦିନ ପାଳନ ହେବ ପଞ୍ଚୁକ ବ୍ରତ। ୧୨ ତାରିଖରୁ ପଞ୍ଚୁକ ବ୍ରତ ପାଳିବେ ବ୍ରତଧାରୀ। ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ।ଦୀର୍ଘ ବର୍ଷ ପରେ ଚଳିତ ଥର ୪ଦିନ ପଡୁଛି ପଞ୍ଚୁକ ବ୍ରତ।

ତେବେ ୪ଦିନରେ ମହାପ୍ରଭୁଙ୍କ ୪ଟି ବେଶ ଦେଖିବାକୁ ଭକ୍ତଙ୍କ ମନରେ ରହିଛି ଉତ୍କଣ୍ଠା।ଚଳିତବର୍ଷ ଲକ୍ଷ୍ମୀନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ପ୍ରଥମ ଦିନ ଲକ୍ଷ୍ମୀନାରାୟଣ ବେଶ, ଦ୍ବିତୀୟ ଦିନ ବାଙ୍କଚୁଳ ବେଶ, ତୃତୀୟ ଦିନ ତ୍ରିବିକ୍ରମ ବେଶ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ।

ପଞ୍ଚୁକକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବରିଷ୍ଠ ନାଗରିକ ଓ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛି ପ୍ରଶାସନ। ୩୮ ପ୍ଲାଟୁନ ଫୋର୍ସ ମୁତୟନ ସହ ବ୍ୟାରିକେଡ, ପାନୀୟ ଜଳର ବ୍ୟବସ୍ଥା ହୋଇଛି। ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସୂଚନା ଦେବାର ମଧ୍ୟ ବ୍ୟବସ୍ଥା ରହିଛି। ସେହିପରି ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଏସପି ବିନୀତ ଅଗ୍ରବାଲ।

Exit mobile version