Site icon UTKAL PRATIDIN

ଏଠାରେ ଘର ଅପେକ୍ଷା କଫି କପର ଦାମ ବେଶୀ, ଜାଣନ୍ତୁ…

DA43C78D-2CB2-4F0A-9FC0-8A3D118EE108

ନୂଆଦିଲ୍ଲୀ: ଏକ କପ୍‌ କଫିର ମୂଲ୍ୟରେ ମିଳୁଛି ଘର । ମେଟ୍ରୋ ସହର ଗୁଡିକର ମଲ୍‌ ଗୁଡିକରେ ଏକ କପ୍‌ କଫିର ମୂଲ୍ୟ 200ରୁ 250 ଟଙ୍କା ରହିଥିବା ବେଳେ ବିଶ୍ବରେ ଏମିତି ଏକ ସହର ରହିଛି ଯେଉଁଠି ମାତ୍ର 1 ୟୁରୋରେ ଘର ମିଳୁଛି । ଭାରତୀୟ ମୁଦ୍ରାରେ ମାତ୍ର 80ରୁ 85 ଟଙ୍କାରେ ଏହି ଘର ମିଳିବ । ଇଟାଲୀର ବିସାକ୍କିଆ ସହରରେ 90ଟି ଘରକୁ ବିକ୍ରୟ ପାଇଁ ରଖାଯାଇଛି ।

ଏହି ସମସ୍ତ ଘରର ମୂଲ୍ୟ 1 ୟୁରୋ ଲେଖାଏଁ ରଖାଯାଇଛି । ବିସାକ୍କିଆ ସହରର କାମ୍ପାନିଆ ପର୍ବତମାଳାରେ ଏହି 90 ଘର ରହିଛି । ଏକ ଭୂକମ୍ପ ପ୍ରବଣ ଅଞ୍ଚଳ ହୋଇଥିବାରୁ ସହରବାସୀ ନିଜର ଘର ଛାଡୁଥିବାରୁ ଇଟାଲୀ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଘରଗୁଡିକ କିଣିବା ପାଇଁ କାମ୍ପାନିଆ ମେୟରଙ୍କ ପକ୍ଷରୁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି । ଘର କିଣିଲେ ପ୍ରବେଶ କରିବା ପୂର୍ବରୁ ଏହାର ମରାମତି କରିବାକୁ ପଡିବ ବୋଲି ମେୟର ଫ୍ରାନ୍‌ସେସୋ ଟାର୍ଟାଗ୍ଲିଆ ପ୍ରକାଶ କରିଛନ୍ତି ।

Exit mobile version