ଘରେ ଘରେ ପ୍ରାଚୀନ କାଳରୁ ବ୍ୟବହୃତ ହୋଇ ଆସୁଛି ସୋରିଷ ତେଲ । କିନ୍ତୁ ରୋଷେଇ ସହିତ ଏହାର ଆହୁରି କେତେ ଯେ ଚମତ୍କାରୀତା ଗୁଣ ଅଛି ଆପଣ କଳ୍ପନା ବି ପାରିବେନି l ରୋଷେଇ ସହ ଏହାକୁ ସ୍ୱାସ୍ଥ୍ୟର ଭଣ୍ଡାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ସୋରିଷ ତେଲ କେଶ ଏବଂ ଚର୍ମକୁ ସୁସ୍ଥ ଓ ସୁନ୍ଦର ରଖିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ଅନେକ ପ୍ରକାର ରୋଗରୁ ମଧ୍ୟ ରକ୍ଷା କରିଥାଏ l ତେଣୁ ଏହି ତେଲ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ହଁ କିନ୍ତୁ ଲାଭଦାୟକ ବୋଲି ଏହାକୁ ବୋହୁ ପରିମାଣରେ ବ୍ୟବହାର କରିବା ମଧ୍ୟ ଠିକ ନୁହେଁ l କୌଣସି ବି ଜିନିଷର ଅତ୍ୟଧିକ ବ୍ୟବହାର ମଧ୍ୟ କ୍ଷତିକାରକ ହୋଇଥାଏ l ତେଣୁ ଆବଶ୍ୟକ ସ୍ଥଳରେ ଆବଶ୍ୟକୀୟ ପରିମାଣରେ ସୋରିଷ ତେଲର ବ୍ୟବହାର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ l

ତେବେ ଆସନ୍ତୁ ଜାଣିବା ସୋରିଷ ତେଲ ଆମ ସ୍ୱାସ୍ଥ୍ୟ ପାଇଁ କିପରି ଭାବେ ସହାୟ ହୋଇଥାଏ….
ତ୍ୱଚା ଓ ଚର୍ମକୁ ଚିକଣ କରି ସୁନ୍ଦରତା ବଢାଏ :
ମୁଖ୍ୟତଃ ଶୀତ ଋତୁରେ ଚର୍ମ ବହୁତ ଶୁଷ୍କ ହୋଇଯାଏ । ଏଥିପାଇଁ ସୋରିଷ ତେଲ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ସୋରିଷ ତେଲକୁ ବିଭିନ୍ନ ପ୍ରକାରର ମାସ୍କରେ ମିଶାଇ ଚର୍ମରେ ଲଗାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ଏବଂ ସୁସ୍ଥ ରହିଥାଏ । ସୋରିଷ ତେଲକୁ ମହମ ସହିତ ମିଶ୍ରଣ କରି ଫଟା ପାଦରେ ଲଗାଇବା ଦ୍ୱାରା ମଧ୍ୟ ଏହା ଠିକ୍ ହୋଇଥାଏ ।
କେଶକୁ ସୁସ୍ଥ ରଖେ : ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଆପଣ ପ୍ରତିଦିନ କେଶରେ ସୋରିଷ ତେଲ ଲଗାନ୍ତି, ତେବେ ମୁଣ୍ଡରେ ଜୀବାଣୁ ଏବଂ ଅନ୍ୟ ମାଇକ୍ରୋବାୟଲ ବୃଦ୍ଧି କମ୍ ହୋଇଯାଏ । ଯାହା ଦ୍ୱାରା କେଶ ଭଲ ରହିଥାଏ ଏବଂ ରୂପି ସମସ୍ୟା ମଧ୍ୟ କମ୍ ହୋଇଥାଏ । କେଶ ଝାଡ଼ିବା ମଧ୍ୟ କମ ହୁଏ l
କର୍କଟ ରୋଗର ଆଶଙ୍କା କମ କରିଥାଏ : କେତେକ ଗବେଷଣାରୁ ଏହା ଜଣାପଡିଛି ଯେ ସୋରିଷ ତେଲ କର୍କଟ ରୋଗର ଆଶଙ୍କାକୁ କମ କରିଥାଏ । ଏହା କର୍କଟ କୋଷର ବୃଦ୍ଧିକୁ ମନ୍ଥର କରିଥାଏ । ମୂଷାମାନଙ୍କରେ କରାଯାଇଥିବା ଏକ ଅଧ୍ୟୟନରେ ଏହା ଜଣାପଡିଛି ଯେ ସୋରିଷ ତେଲର ବ୍ୟବହାର କୋଲୋନ୍ କର୍କଟ କୋଷକୁ ବ୍ଲକ୍ କରିଥାଏ । ଯାହା ଶରୀରରେ କର୍କଟ ରୋଗ ସୃଷ୍ଟି ହେବାର ଆଶଙ୍କାକୁ କମାଇ ଦିଏ l
ଥଣ୍ଡା ପାଇଁ ଖୁବ ଭଲ ଔଷଧ ରୂପେ କାମ କରେ ସୋରିଷ ତେଲ :
ଶୀତ ଦିନ ତଥା ଅନ୍ୟାନ୍ୟ ଦିନରେ ଅନେକ ଲୋକଙ୍କ ସରିସାରେ ଥଣ୍ଡା, କଫ, କାଶ ପରି ସମସ୍ୟା ଲାଗି ରହିଥାଏ l ଏହି ଥଣ୍ଡା ସମୟରେ ସୋରିଷ ତେଲ ଖୁବ ଉପଯୋଡ଼ି ହୋଇଥାଏ l ଗୋଟିଏ ଦୁଇ ପାଖୁଡା ରସୁଣ ସହିତ ସୋରିଷ ତେଲକୁ ଗରମ କରି ପାଦ ଓ ଶରୀରରେ ଲଗାଇବା ଦ୍ୱାରା ଶରୀରରୁ ଥଣ୍ଡା କମ ହୋଉଥାଏ l