Site icon UTKAL PRATIDIN

ଏହି କାରଣରୁ ଅଧିକ ଆସେ ବିଦ୍ୟୁତ ବିଲ୍

QT-electricity-bill-1024x683

ଭୁବନେଶ୍ଵର: ଗ୍ରୀଷ୍ମ ଆରମ୍ଭରୁ ଡହଡହ ଖରାରେ ଡହଳବିକଳ ହେଉଛି ଜୀବନ । ଆଗକୁ ଖରା ଓ ଗୁଳୁଗୁଳି ଆହୁରି ବଢିବ । ତେଣୁ ଖରାଦିନେ ଫ୍ୟାନ୍ କିମ୍ବା ଏସି ନିହାତି ଆବଶ୍ୟକ । ବିଶେଷ କରି ଗ୍ରୀଷ୍ମ ଋତୁରେ ଫ୍ୟାନ୍, ଲାଇଟ୍‌ ଏବଂ AC ବ୍ୟବହାର ଅଧିକ ହେଉଥିବାରୁ ବିଜୁଳି ବିଲ୍‌ ବି ଅଧିକ ଆସିଥାଏ । କେବଳ ସେତିକି ନୁହେଁ ଖରା ଦିନେ ଅନ୍ୟ ବୈଦ୍ୟୁତିକ ଉପକରଣ ବି ଅଧିକ ହୋଇଥାଏ । ଖରା ଦିନେ ବିଜୁଳି ବିଲ୍‌ ଅଧିକ ଆସୁଥିବାରୁ ପ୍ରାୟ ସମସ୍ତଙ୍କ ଟେନସନ୍ ବଢିଯାଏ । କାରଣ ମାସକୁ ଥରେ ବିଜୁଳି ବିଲ୍‌ ପକେଟ୍‌କୁ ଖୁବ ବାଧେ । 

ଏମିତି କିଛି ପରିବାର ଅଛନ୍ତି ଯେଉଁମାନେ କାମ ନଥିଲା ବେଳେ ଅତି ସତର୍କତାର ସହିତ ଫ୍ୟାନ୍, ଲାଇଟ୍‌, ଏସି ବନ୍ଦ କରିଥାନ୍ତି । ଯାହାକି ଏକ ଭଲ ଅଭ୍ୟାସ । ତେଣୁ ସାଧାରଣତଃ ଆମେ ଏମିତି କିଛି ଭୁଲ କରିଥାଉ, ଯେଉଁଥି ପାଇଁକି ବିଜୁଳି ବିଲ୍‌ ଅଧିକ ଆସିଥାଏ । ଆଉ ସବୁଠୁ ବଡ଼ ଭୁଲ ଏହି ଗୋଟିଏ ପାଇଁ ହୋଇଥାଏ । ଯାହାକି ବିଜୁଳି ବିଲ୍‌ ବଢାଇଦିଏ ।ଅଧିକାଂଶ ଲୋକେ, ମୋବାଇଲ କିମ୍ବା ଅନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣ ଚାର୍ଜ କରିବା ସମୟରେ ଧ୍ୟାନ ଦିଅନ୍ତିନି ଆଉ ଚାର୍ଜ କରିବା ପରେ ଚାର୍ଜର ଲଗାଇ ଛାଡି ଦିଅନ୍ତି । ସେମାନେ ଭାବନ୍ତି ବୋର୍ଡରେ ଚାର୍ଜର ଲଗାଇ ରଖିଲେ ବିଜୁଳି ବିଲ୍‌ ଉଠିବ ନାହିଁ । କିନ୍ତୁ ତାହା ସମ୍ପୂର୍ଣ୍ଣ ଭୁଲ ।

କାରଣ ବୋର୍ଡରେ  ଚାର୍ଜର ଲଗେଇ ସ୍ବିଚ୍ ଅନ୍ ରଖିଲେ ବି ବିଜୁଳି ବିଲ୍‌ ଉଠେ ।  ଫୋନ୍ ନଲାଗି ବି ଯଦି କେବଳ ଚାର୍ଜର ଲାଗି ରହୁଛି ତେବେ ୦.୧ ରୁ ୦.୪ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ ହୋଇଥାଏ । କେବଳ ଚାର୍ଜର ନୁହେଁ ଅନ୍ୟ ଉପକରଣର ଚାର୍ଜରେ ବି ବିଲ୍‌ ଉଠିଥାଏ । କିନ୍ତୁ ଏହା ଜଣାପଡିନଥାଏ । ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ହେବ । ଆବଶ୍ୟକ ନଥିବା ବେଳେ ସ୍ବିଚ୍ ଅଫ୍ କରିବାକୁ ଭୁଲନ୍ତୁ ନାହିଁ । ସାମାନ୍ୟ ଛୋଟିଆ ଚାର୍ଜର ବି ଘରର ବିଦ୍ୟୁତ ବିଲ୍‌ ବଢାଇଥାଏ । ଆଉ ମାସ ଶେଷରେ ମୁଣ୍ଡର ବିନ୍ଧାର କାରଣ ପାଲଟିଥାଏ ।

Exit mobile version