Site icon UTKAL PRATIDIN

ଜାଣନ୍ତୁ ଆମ ଖାଦ୍ୟରେ ବ୍ୟବହୃତ ହେଉଥିବା ଏହି ଚଟପଟା ଚଟଣୀର ଇତିହାସ

nuty-south-indian-chutneys

ଭୁବନେଶ୍ଵର: ଚଟଣି ଖାଇବାକୁ ଭାରି ଭଲ ଲାଗେ। ଭାତ, ରୁଟି ମୋମୋ ସବୁଥିରେ ଭିନ୍ନ ଭିନ୍ନ ପ୍ରକାରର ଚଟଣି ଟିକେ ହେଇଗଲେ । ଓହୋ ମଜା ଆସିଯାଏ। ଆମ ଭାରତୀୟଙ୍କ ଖାଦ୍ୟରେ ଚଟଣି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରେ ତାହା ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଭାରତର ସମସ୍ତ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ମିଳିଥାଏ । କିନ୍ତୁ ସବୁ ରାଜ୍ୟର ଥାଳୀରେ ଗୋଟିଏ ଜିନିଷ ନିଶ୍ଚୟ ମିଳିଥାଏ । ତାହା ହେଉଛି ଚଟଣୀ, ଯାହା ଭାରତୀୟଙ୍କ ଖାଦ୍ୟରେ ଖୁବ୍‌ ଖାସ୍‌ ହୋଇଥାଏ । ଚଟଣୀ ଖାଦ୍ୟର ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର । ଚଟଣୀକୁ ଭାରତୀୟମାନେ ଖୁବ୍‌ ପସନ୍ଦ କରିଥାନ୍ତି । ତେଣୁ ଏହାକୁ ଭାତ ବା ରୁଟିରେ ମଧ୍ୟ ଖାଇଥାନ୍ତି । ସେଥିପାଇଁ ଆମ ଦେଶରେ ହଜାର ପ୍ରକାରର ଚଟଣୀ ମିଳିଥାଏ । ଆମ ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଚଟଣୀ ଦେଖିବାକୁ ମିଳିଥାଏ । ଏମିତି ଦକ୍ଷିଣ ଭାରତରେ ନଡ଼ିଆ ଚଟଣୀ ଓ ଉତ୍ତରାଖଣ୍ଡରେ ଭାଙ୍ଗ ଚଟଣୀ ମିଳିଥାଏ । ଚାଲନ୍ତୁ ଜାଣିବା ଏହି ଚଟଣୀର ଇତିହାସ ।

କେଉଁଠୁ ଆସିଲା ଚଟଣୀ?

ଆଙ୍ଗ୍ଲେ ଇଣ୍ଡିଆନ୍‌ ଖାଦ୍ୟରେ ସେଓ ପରି ବିଭିନ୍ନ ଫଳରୁ ଆଚାର ତିଆରି କରାଯାଇଥାଏ । ସେତେବେଳେ ବ୍ରିଟେନ୍‌ର ଲୋକମାନେ ଖଟା ଫଳକୁ ଭିନେଗାରରେ ପକାଇ ବ୍ୟବହାର କରୁଥିଲେ । ପରେ ଏହା ଆଚାର ଭାବେ ପରିଚିତ ହୋଇଥିଲା । ପରେ ପରେ ତୀବ୍ର ଓ ଖଟାଫଳକୁ ଆଚାର ପାଇଁ ବ୍ୟବହାର କରାଗଲା । ୧୭୮୦ର ପାଖାପାଖି ସମୟରେ ଚଟଣୀ ଲଣ୍ଡନରେ ବେଶ୍‌ ଲୋକପ୍ରିୟ ହୋଇଥିଲା ।

କେତେ ପ୍ରକାରର ଚଟଣୀ :

ଆମ ଦେଶରେ ବିଭିନ୍ନ ପ୍ରକାରର ଚଟଣୀ ମିଳିଯାଇଥାଏ । ମିଠା, ଖଟା ଓ ରାଗଯୁକ୍ତ ଚଟଣୀ ଲୋକଙ୍କର ଖୁବ୍‌ ସନ୍ଦ । ଆମ୍ବର ମିଠା ଚଟଣୀ, ତେନ୍ତୁଳିର ଖଟା-ମିଠା ଚଟଣୀ, ପୁଦିନା ଚଟଣୀ, ପିଆଜ, ଟମାଟୋ ଓ ଲଙ୍କାର ମଧ୍ୟ ଚଟଣୀ ପ୍ରସ୍ତୁତ ହୋଇଥାଏ ।

ଶାହାଜାହନ୍‌ଙ୍କ ପାଇଁ ହୋଇଥିଲା ପ୍ରଥମ ଚଟଣୀ :

ଜାଣନ୍ତି କି? ଚଟଣୀ ସଂସ୍କୃତ ଶବ୍ଦରୁ ଆସିଛି । କୁହାଯାଏ ପ୍ରଥମେ ଚଟଣୀ ଶାହାଜାହାନ୍‌ଙ୍କ ସମୟରେ ହିଁ ପ୍ରସ୍ତୁତ ଇଥିଲା । ଥରେ ଶାହାଜାହାନ୍‌ ରୋଗରେ ପଡିଥିଲେ । ଖାଦ୍ୟ ତାଙ୍କୁ ଅରୁଚି ହେଉଥିଲା । ତେଣୁ ତାଙ୍କ ହାକିମ୍‌ ରୋଷେୟାକୁ କହିଥିଲେ, ଏମିତି କିଛି ଖାଦ୍ୟ ପ୍ରସ୍ତୁତ କର, ଯାହା ସ୍ୱାଦିଷ୍ଟ ସହ ରାଗ ମଧ୍ୟ ଲାଗିବ । କେବଳ ଏତିକି ନୁହେଁ, ସେହି ଖାଦ୍ୟ ସହଜରେ ହଜମ ମଧ୍ୟ ହୋଇପାରୁଥିବ । ତେଣୁ ଶାହାଜାହାନଙ୍କ ରୋଷେୟା ପ୍ରଥମେ ପୁଦିନା ଓ ତେନ୍ତୁଳୀ ପକେଇ ଚଟଣୀ ତିଆରି କରିଥିଲେ । ଯାହା ଶାହାଜାହାନଙ୍କୁ ବହୁତ ପସନ୍ଦ ଆସିଥିଲା । ପରେ ଶାହାଜାହାନ୍‌ଙ୍କ ପାଇଁ ଖଜୁରିର ମିଠା ଚଟଣୀ ପ୍ରସ୍ତୁତ ହୋଇଥିଲା । ସେବେଠାରୁ ଭାରତରେ ଚଟଣୀ ଲୋକପ୍ରିୟ ହେବାରେ ଲାଗିଲା । ଆଜି ହଜାର ପ୍ରକାରର ଚଟଣୀ ପ୍ରସ୍ତୁତ ହେଉଛି । ଏଥିରେ ବିଭିନ୍ନ ଫଳ ଓ ଫୁଲର ବ୍ୟବହାର କରାଯାଉଛି ।

Exit mobile version