
ଆଜିକାଲି ଆମ ସମସ୍ତଙ୍କ ଜୀବନ ଶୈଳୀ ସମ୍ପୂର୍ଣରୂପେ ବଦଳି ଯାଇଛି l ଅନେକ ଲୋକଙ୍କର ଖାଇବା ଶୋଇବା ଉଥିବା କୌଣସି କମର ଠିକ ଠିକଣା ରହୁ ନାହିଁ l ତେଣୁ ଏଇ ସବୁ ଭିତରେ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ମଧୁମେହ ଅର୍ଥାତ ଡାଇବେଟିସ ରୋଗରେ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳୁଛି l
ମଧୁମେହ ରୋଗର ମୁଖ୍ୟ କାରଣ ହେଉଛି ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇବା । ନିଜ ଖାଦ୍ୟପେୟ ତଥା ଜୀବନଶୈଳୀରେ ପରିବର୍ତ୍ତନ ଓ ଧ୍ୟାନ ଦେବା ଦ୍ୱାରା ଏହାକୁ ନିୟନ୍ତ୍ରଣରେ ରଖାଯାଇପାରିବ l ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ମଧୁମେହ ରୋଗୀଙ୍କ ପାଇଁ ଅଁଳା ଜୀବନ ସାଥି ହେବା ଦରକାର l ଏହା ସେମାନଙ୍କ ପାଇଁ ଏକ ବରଦାନ ସ୍ୱରୂପ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଅଁଳା ସେବନ ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣରେ ରହିଥାଏ । ଏହା ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ । ଅଁଳାରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥିବାରୁ ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣରେ ରଖିବେକରେ ସହାୟକ ହୋଇଥାଏ l
କେବଳ ସେତିକି ନୁହେଁ, ଅଁଳାରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଥାଏ l ଯାହାଦ୍ୱାରା ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ l ଏହା ବ୍ୟତୀତ ଅଁଳା ସେବନ ଦ୍ୱାରା ଓଜନ ହ୍ରାସ ହେବାରେ ମଧ୍ୟ ସହାୟକ ହୋଇଥାଏ। ତେଣୁ ଅଁଳାକୁ ନିୟମିତ ଭାବେ ନିଜ ଖାଦ୍ୟରେ ସାମିଲ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି l