ଭୁବନେଶ୍ୱର; ଭାରତୀୟ ମାନଙ୍କ ରୋଷେଇ ଘରେ ସର୍ବାଧିକ ବ୍ୟବହାର ହେଉଥିବା ତେଲ ହେଉଛି ସୋରିଷ ତେଲ । ରୋଷେଇ ହେଉ କି କେଶ ଅବା ଚର୍ମ ସବୁଥି ପାଇଁ ସୋରିଷ ତେଲ ଏକ ଉତ୍ତମ ବିକଳ୍ପ। ସମସ୍ତଙ୍କ ଘରେ ଏହା ଦୈନନ୍ଦିନ ବ୍ୟବହାର ହୁଏ। ରୋଷେଇକୁ ସ୍ଵାଦିଷ୍ଟ କରିବାରେ ସୋରିଷ ତେଲର ଅନେକ ଗୁରୁତ୍ଵ ଥାଏ । ଏହାର ପୁଷ୍ଟିକର ଗୁଣ ଯୋଗୁଁ, ଆୟୁର୍ବେଦରେ ମଧ୍ୟ ସୋରିଷ ତେଲ ବ୍ୟବହାରର ଅନେକ ଲାଭ ବିଷୟରେ ଉଲ୍ଲେଖ କରାଯାଇଛି । ତଥାପି, କିଛି ଲୋକଙ୍କ ପାଇଁ, ସୋରିଷ ତେଲରେ ରନ୍ଧା ଖାଦ୍ୟ ଖାଇବା ମଧ୍ୟ କ୍ଷତିକାରକ ହୋଇପାରେ। ଏପରି ପରିସ୍ଥିତିରେ, କିଛି ଲୋକ ଏହାକୁ ଖାଇବାରୁ ଦୂରେଇ ରହିବା ଭଲ। ଆସନ୍ତୁ ଜାଣିବା କେଉଁ ସ୍ୱାସ୍ଥ୍ୟ ପରିସ୍ଥିତିରେ ସୋରିଷ ତେଲ ଖାଇବା ଉଚିତ୍ ନୁହେଁ।
ଯେଉଁମାନଙ୍କର ପାଚନ ସମ୍ବନ୍ଧୀୟ ସମସ୍ୟା ଅଛି ସେମାନେ ସାଧାରଣତଃ ସୋରିଷ ତେଲରୁ ଦୁରେଇ ରହିବା ନିହାତି ଜରୁରୀ । ବଦହଜମି, ଗ୍ୟାସ୍, ପେଟ ଫୁଲିବା, ଏସିଡିଟି, ଛାତି ଜଳିବା ଏବଂ କୋଷ୍ଠକାଠିନ୍ୟ ଇତ୍ୟାଦି ରୋଗରେ ପୀଡିତ ଲୋକ ସେମାନେ ଖାଦ୍ୟ ହଜମ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ବିଶେ ଷଜ୍ଞଙ୍କ ମତରେ, ଏପରି ଲୋକମାନେ ଅତ୍ୟଧିକ ସୋରିଷ ତେଲ ଖାଇବା ଉଚିତ୍ ନୁହେଁ। ସେହିପରି ଗର୍ଭାବସ୍ଥାରେ ମହିଳା ମାନେ ସୋରିଷ ତେଲ ସେବନ କରିବା ଉଚିତ୍ ନୁହେଁ । କାରଣ ସୋରିଷ ତେଲରେ କିଛି ଏପରି ରାସାୟନିକ ଯୌଗିକ ଥାଏ ଯାହା କେତେକ ସମୟରେ ଶିଶୁର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଏହା ବ୍ୟତୀତ ଏହାକୁ ଖାଇବା ଦ୍ୱାରା ସ୍ଥୂଳତା ହେବାର ଆଶଙ୍କା ମଧ୍ୟ ବହୁତ ବଢ଼ିଯାଏ। ଏପରି ପରିସ୍ଥିତିରେ, ଗର୍ଭବତୀ ମହିଳାମାନେ ସବୁବେଳେ ଡାକ୍ତରଙ୍କ ପରାମର୍ଶ ନେଇ ସୋରିଷ ତେଲ ବ୍ୟବହାର କରିବା ଉଚିତ।
ଅନ୍ୟପଟେ ଯେଉଁମାନଙ୍କର ହୃଦୟ ସମ୍ବନ୍ଧୀୟ ସମସ୍ୟା ଅଛି ସେମାନେ ସେମାନଙ୍କର ଖାଦ୍ୟପେୟର ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ । ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ସୋରିଷ ତେଲ ସେବନ ହୃଦରୋଗର ଆଶଙ୍କାକୁ ଆହୁରି ବଢ଼ାଇପାରେ। ପ୍ରକୃତରେ, ସୋରିଷ ତେଲରେ ଇରୁସିକ୍ ଏସିଡ୍ ରହିଥାଏ, ଯାହା ହୃଦୟ ମାଂସପେଶୀରେ ଅଧିକ ଚର୍ବି ଜମା କରିଥାଏ। ଏହା ହୃଦଘାତ ଭଳି ଅନେକ ହୃଦରୋଗର ଆଶଙ୍କା ବଢ଼ାଇଥାଏ। ଯେଉଁମାନଙ୍କର ପୂର୍ବରୁ ହୃଦ୍ରୋଗ ସମ୍ବନ୍ଧୀୟ ସମସ୍ୟା ଅଛି, ସେମାନେ ଡାକ୍ତରଙ୍କ ପରାମର୍ଶ ବିନା ସୋରିଷ ତେଲ ବ୍ୟବହାର କରିବା ଉଚିତ୍ ନୁହେଁ। ସେହିପରି ମେଦବହୁଳତାରେ ପୀଡିତ ଲୋକମାନେ ଖାଦ୍ୟରେ ଯଥାସମ୍ଭବ କମ ସୋରିଷ ତେଲ ବ୍ୟବହାର କରିବା ଉଚିତ। ପ୍ରକୃତରେ, ସୋରିଷ ତେଲରେ ପ୍ରଚୁର ପରିମାଣରେ ଚର୍ବି ଥାଏ, ଯାହା ଦ୍ରୁତ ଗତିରେ ଓଜନ ବୃଦ୍ଧି କରିପାରେ।

