Site icon UTKAL PRATIDIN

ଏହି ସବୁ ସ୍ଵପ୍ନ ଦେଖୁଥିଲେ ଜାଣି ରଖନ୍ତୁ ଏହାର କାରଣ, ମିଳିବ ଫାଇଦା…

Do-Morning-Dreams-Make-You-Rich

ଭୁବନେଶ୍ଵର: ରାତିରେ ଶୋଇଲା ପରେ ଆମେ କିଛି ନାଁ କିଛି ସ୍ୱପ୍ନ ଦେଖିଥାଉ। କିଛି ସ୍ୱପ୍ନ ଏମିତି ଥାଏ ଯାହାକୁ ଦେଖିବା ଦ୍ୱାରା ଆମକୁ ଆମ ଜୀବନରେ ଖୁସି ଏବଂ ଆନନ୍ଦ ମିଳିବାର ସୂଚନା ଦେଇଥାଏ। ଶୋଇବା ସମୟରେ ଆମେ ଦେଖୁଥିବା କିଛି ସ୍ୱପ୍ନ ଆମର ବାସ୍ତବ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ। ଜ୍ୟୋତିଷମାନେ ବିଶ୍ୱାସ କରନ୍ତି ଯେ ବିଶେଷତଃ ବ୍ରହ୍ମ ମୁହୁର୍ତ୍ତରେ ସ୍ୱପ୍ନ ଦେଖିବା ଶୁଭ ଫଳାଫଳ ଦେଇଥାଏ। ଭୋର ୩ରୁ ୫ଟା ମଧ୍ୟରେ ସମୟକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ। ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ ଆସୁଥିବା ସ୍ୱପ୍ନଗୁଡ଼ିକର ସଙ୍କେତ ବାସ୍ତବତା ଏପରେ ପ୍ରଭାବ ପକାଇଥାଏ ।

ଯଦି ଆପଣ ପ୍ରକୃତି ସମ୍ବନ୍ଧୀୟ ସ୍ୱପ୍ନ ଦେଖୁଛନ୍ତି ତେବେ ତାହାକୁ ଅନ୍ୟ କାହା ସାମ୍ନାରେ କହିବା ଉଚିତ ନୁହେଁ । ଏଭଳି ସ୍ୱପ୍ନ ଦେଖିବାର ଅର୍ଥ ହେଉଛି ଭବିଷ୍ୟତରେ ଖୁସିର ଖବର ଆସିବାକୁ ଯାଉଛି । ଆପଣଙ୍କ ପରିଶ୍ରମ ସାର୍ଥକ ହେବାକୁ ଯାଉଛି । ଯଦି ଆପଣ ସ୍ୱପ୍ନରେ ନିଜର ମୃତ୍ୟୁ କିମ୍ବା ଅନ୍ୟ କାହାରି ମୃତ୍ୟୁ ଦେଖୁଛନ୍ତି ତେବେ ଏଥିରେ ଭୟଭୀତ ହେବା ଉଚିତ ନୁହେଁ । ବିଶେଷ କରି ନିଜର ମୃତ୍ୟୁ ଦେଖିଲେ ଏହା ଶୁଭ ସଙ୍କେତ ପ୍ରତି ଇଙ୍ଗିତ କରିଥାଏ । ଏହାର ଅର୍ଥ ଦୀର୍ଘ ଦିନ ଧରି ଆପଣ କରୁଥିବା ପରିଶ୍ରମର ଫଳ ଆପଣଙ୍କୁ ପ୍ରାପ୍ତ ହେବ ।

ସ୍ୱପ୍ନରେ ଯଦି ଆପଣ ସାପ ଦେଖୁଛନ୍ତି ତେବେ ତାହା ଅଶୁଭ ନୁହେଁ ବରଂ ଶୁଭ ହୋଇଥାଏ । ସ୍ୱପ୍ନରେ ସାପ ଦେଖିଲେ ତାହା ଆଗାମୀ ସମୟରେ ଆସିବାକୁ ଯାଉଥିବା ଖୁସି ପ୍ରତି ଇଙ୍ଗିତ କରିଥାଏ । ସ୍ୱପ୍ନରେ ଯଦି ଆପଣ ଭଗବାନଙ୍କର ଦର୍ଶନ କରୁଛନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଆଗାମୀ ସମୟରେ ଆପଣଙ୍କୁ ଭଗବାନଙ୍କ କୃପାରୁ ସବୁ ପ୍ରକାରର ସଫଳତା ମିଳିବାକୁ ଯାଉଛି । ଯଦି ଆପଣ ସ୍ୱପ୍ନରେ ନିଜ ବାପା ମା’ଙ୍କୁ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ । ଏହାର ଅର୍ଥ ଆପଣ ଯେଉଁ ସ୍ଥାନରେ ଚାକିରୀ କିମ୍ବା କାମ କରୁଥିବେ ସେଠାରେ ଆପଣଙ୍କୁ ସମ୍ମାନ ପ୍ରାପ୍ତ ହେବ ।

ସେହିଭଳି ସ୍ୱପ୍ନରେ ଅଜା ଆଈଙ୍କୁ ଦେଖିବାର ଅର୍ଥ ଆପଣଙ୍କ ବୁଦ୍ଧିର ବିକାଶ ହେବାକୁ ଯାଉଛି । ଯଦି ସ୍ୱପ୍ନରେ ସାଙ୍ଗ ମାନଙ୍କୁ ଦେଖନ୍ତି ତେବେ ଆପଣଙ୍କୁ ସହାୟତା ନିଶ୍ଚିତ ମିଳିବ । ବିବାହ ସମ୍ବନ୍ଧୀୟ ସ୍ୱପ୍ନ ଦେଖିଲେ ଏହା ଖୁବ ବଡ଼ ବିପଦକୁ ଦର୍ଶାଇ ଥାଏ । ଯଦି ଆପଣ କୌଣସି ବିବାହ ଉତ୍ସବକୁ ଯାଉଥିବାର ଦେଖନ୍ତି ତେବେ ଏହା କୌଣସି ଦୁଃଖଦ ଘଟଣା ଶୁଣିବାର ସଙ୍କେତ ଅଟେ । ଯଦି ଆପଣ କେଉଁଠି ଉଚ୍ଚ କୋଠା ଉପରେ ବସିଥିବାର ସ୍ଵପ୍ନ ଦେଖୁଥାନ୍ତି ତାହାଲେ କର୍ମ କ୍ଷେତ୍ରରେ ଉଚ୍ଚ ସ୍ଥାନକୁ ଉଠିବାର ସୂଚନା ମିଳିଥାଏ । ତେବେ ଯଦି ସ୍ୱପ୍ନରେ ଆପଣ ବିବାହ ମଣ୍ଡପରେ ଥିବା ବର କନ୍ୟାଙ୍କୁ ଦେଖନ୍ତି ତେବେ ସେହି ବର୍ଷ ଆପଣଙ୍କର ବହୁତ ଶୁଭ ହୋଇଥାଏ ବୋଲି କୁହାଯାଏ । 

Exit mobile version