
ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି।ରାଜଧାନୀରେ ୯୫ କିମି ଡ୍ରେନ୍ ମୁକୁଳା ପଡିଛି । ଏସବୁ ଡ୍ରେନ୍ ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ସ୍ଲାବ ପକାଇବାକୁ ଲକ୍ଷ୍ୟ ରହିଛି । ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ।
ଗତ ୭ବର୍ଷରେ ଡ୍ରେନରେ ପଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଥିବାସୂଚନା ମିଳିଛି କଭର ହୋଇ ପାରୁନଥିବା ଡ୍ରେନକୁ ବ୍ୟାରିକେଡିଂ କରାଯିବ। ନିୟମ ଉଲ୍ଲଘଂନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।