Site icon UTKAL PRATIDIN

ଚଳିତବର୍ଷ ହେବ ନାହିଁ ବିସର୍ଜନ ଶୋଭାଯାତ୍ରା

WhatsApp Image 2023-10-01 at 5.22.39 PM

ସମ୍ବଲପୁର : ଦୁର୍ଗାପୂଜା ପାଇଁ ସବୁ ସ୍ଥାନ ଏବେ ଚଳଚଞ୍ଚଳ l ଆଗାମୀ ୧୫ ତାରିଖରୁ ଆରମ୍ଭ ହେଉଛି ଦୁର୍ଗା ପୂଜା l ଏହି ଦୁର୍ଗାପୂଜା ପାଇଁ ସମ୍ବଲପୁର ପୁଲିସ ଓ ପୂଜା କମିଟି ଗୁଡିକ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଷ୍ପତି ନିଆଯାଇଛି କି ଦୁର୍ଗାପୂଜା ଭସାଣି ଶୋଭାଯାତ୍ରା ଏଥର ଅନୁଷ୍ଠିତ ହେବା ନାହିଁ l

ଏହି ବୈଠକରେ ଟାଉନ, ଧନୁପାଲି, ଅଇଁଠାପାଲି, କ୍ଷେତରାଜପୁର, ସଦର ଓ ବରେଇପାଲି ଥାନା ଅର୍ନ୍ତଗତ ୪୦ରୁ ଅଧିକ ପୂଜା କମିଟି ଗୁଡିକ ସାମିଲ ହୋଇଥିଲେ । ଏହା ସହିତ ଟାଉନ ଥାନା ପରିସରରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଏସପି ଅଲବିନସ କେରକେଟା, ସଦର ଏସଡିପିଓ ପ୍ରଦୀପ ସାହୁ, ଟ୍ରାଫିକ ଡିଏସପି ନରେନ୍ଦ୍ର ଷଡଙ୍ଗୀ, ଡିଆଇବି ଡିଏସପି ଜେମ୍ସ ସମଦ, ଟାଉନ ଥାନାଧିକାରୀ ବୁଲୁ ସ୍ୱାଇଁ, ପ୍ରଭୃତି ସାମିଲ ହୋଇଥିଲେ l

ଚଳିତ ବର୍ଷ ଗଣେଶ ଉତ୍ସବ ସମୟରେ ବିସର୍ଜନ ଶୋଭାଯାତ୍ରାକୁ ବନ୍ଦ କରାଯାଇଥିଲା l ଏବେ ସେହି କ୍ରମରେ ଦୁର୍ଗା ଉତ୍ସବର ଭସାଣି ଶୋଭାଯାତ୍ରା କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ହିନ୍ଦୁ ରୀତିନୀତି ଅନୁଯାୟୀ ପାରମ୍ପରିକ ବିଧି ଅନୁଯାୟୀ ପୂଜା ହେବ ଏବଂ କେବଳ ଭସାଣି ଶୋଭାଯାତ୍ରା ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କମିଟି ମାନଙ୍କୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତ ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରେ ଗଣ୍ଡଗୋଳ ସହ ଅନେକ ହିଂସାକାଣ୍ଡ ଘଟିଥଲା l ସେଥିପାଇଁ ସେପରି ହିଂସାକାଣ୍ଡକୁ ଏଡାଇବା ପାଇଁ ବର୍ଷେ ଯାଏଁ ସେଠାରେ କୌଣସି ପ୍ରକାର ଶୋଭାଯାତ୍ରା ନ ହେବାର ନିଷ୍ପତି ନିଆଯାଇଥିଲା l ତେବେ କେବଳ ଦୁର୍ଗାପୂଜା ନୁହେଁ ବରଂ ଆଗାମୀ 2024 ଜୁନ ମାସ ଯାଏଁ ସମ୍ବଲପୁର ରେ କୌଣସି ପ୍ରକାର ଶୋଭାଯାତ୍ରା କରାଯିବ ନାହିଁ l

Exit mobile version