Site icon UTKAL PRATIDIN

୧୩ ଥାନାରେ ନାହିଁ ସିସିଟିଭି

WhatsApp-Image-2024-09-24-at-12.11.39-PM-750x430

ଭରତପୁର ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।ଏହି ମାମଲାକୁ ନେଇ ହାଇକୋର୍ଟ କଡା ନିର୍ଦେଶ ଦେଇଛନ୍ତି । ଭରତପୁର ଥାନା ମାମଲା ପରେ ବଡ ବୟାନ ଦେଇଛନ୍ତି ଏଡିଜି ଦୟାଲ ଗଙ୍ଗୱାର୍‌।ଭରତପୁର ମାମଲା ପରେ କେତେଟି ଥାନାରେ ସିସିଟିଭି ନାହିଁ ସେ ସମ୍ପର୍କରେ ସରକାରଙ୍କୁ ଜବାବ ମାଗିଥିଲେ।ଯେଉଁ ଥାନାରେ ସିସିଟିଭି ନାହିଁ ସେ ଥାନାରେ ତୁରନ୍ତ ସିସିଟିଭି ଲଗେଇବାକୁ ନିର୍ଦେଶ ଦେଇଛନ୍ତି ।

ଡିଜି ଦୟାଲ ଗଙ୍ଗୱାର୍ କହିଛନ୍ତି, ୧୫ ଦିନରେ ୧୩ଟି ଥାନାରେ ସିସିଟିଭି ଲଗାଯିବ। ୧୫ ଦିନରେ ସବୁ ଥାନାର ସିସିଟିଭି କନେକସନ୍ ଏସ୍‌ପି ଅଫିସରେ ରହିବ। ଏହାଦ୍ବାରା ଏସ୍‌ପି ନିଜେ ସବୁ ଥାନାର ସ୍ଥିତି ଦେଖିପାରିବେ। ସେନା ଅଧିକାରୀଙ୍କୁ ଥାନାରେ ପୁଲିସ ବ୍ୟବହାର ନେଇ ଏସଓପି ଜାରି ହେବ। ତେବେ ବ୍ୟକ୍ତିଗତ ଭାବେ ହାଜର ହୋଇ ଏଡିଜି ଉତ୍ତର ରଖିଛନ୍ତି।

Exit mobile version