UTKAL PRATIDIN

କୁଳାଙ୍ଗାର-୨ କୁ ନେଇ ବଢୁଛି ଉତ୍କଣ୍ଠା…

ସେପ୍ଟେମ୍ବର ୧୭ ରେ ଜୀ ସାର୍ଥକ ରେ ରିଲିଜ ହେବାକୁ ଯାଉଛି ଜୀ ସାର୍ଥକର ଆଗାମୀ ଚଳଚିତ୍ର କୁଳାଙ୍ଗାର ୨ । ସଂପୂର୍ଣ୍ଣ ରୂପେ ପାରିବାରିକ କାହାଣୀ କୁ ନେଇ ପ୍ରସ୍ତୁତ ହୋଇଅଛି କୁଳାଙ୍ଗାର ୨ । ଏଥିରେ ମୁଖ୍ୟ ନାୟକ ଓ ନାୟିକା ଭୂମିକାରେ ନଜର ଆସୁଛନ୍ତି ଶାଶ୍ଵତ ଓ ସିରିଏଲ ନାୟିକା ନିଲାଖି ପାତ୍ର । ଏବଂ ଏଥିରେ କୁନା ତ୍ରିପାଠୀ ଓ ମଧୁମିତା ମହାନ୍ତି ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ନୂଆ ଓଡ଼ିଆ ଫିଲ୍ମ କୁଳାଙ୍ଗାର-୨, ଆସନ୍ତା ୧୭ ରବିବାର ସଂଧ୍ୟା ୬ଟା ୩୦ରେ ଏହି ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଏହା ପୂର୍ବରୁ ଫିଲ୍ମର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସିନେମାର କାହାଣୀ ମ୍ୟାନେଜମେଂଟରେ ଗୋଲ୍ଡ ମେଡାଲିଷ୍ଟ ବିକାଶକୁ ନେଇ ତିଆରି ହୋଇଛି । ବିକାଶ ପାଠ ପଢି ସାରିବା ପରେ ମୋବାଇଲ୍ ଆପ୍ କରିବାକୁ ଚାହୁଁଛି । ହେଲେ ବିକାଶର ବାପା ଜଣେ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ । ପୁଅ ଏକ ସୁରକ୍ଷିତ ଚାକିରି କରୁ ବୋଲି ସେ ଚାହୁଁଛନ୍ତି । ହେଲେ ବିକାଶ ଷ୍ଟାର୍ଟ ଅପ୍ ପାଇଁ ମା’ଙ୍କୁ ଟଙ୍କା ଦେବା ପାଇଁ ବାଧ୍ୟ କରିଛି । ଶେଷରେ ଟଙ୍କା ନେଇ ଏକ ଚିଟ୍ଫଣ୍ଡ କମ୍ପାନୀରେ ବିନିଯୋଗ କରି ସବୁ ହରାଇ ବସିଛି । ଏମିତିକି ଜଣେ ଝିଅକୁ କିଡନାପ କରି ଘରର ବିରୋଧ ସତ୍ୱେ ବିବାହ କରିଛି । ଯାହାକୁ ନେଇ ଚିନ୍ତାରେ ରହୁଛନ୍ତି ପରିବାର । ଏପରି ଏକ କାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ କୁଳାଙ୍ଗାର-୨ ।

ପ୍ରଯୋଜନା ଭାର ବିଜୟ କାଣ୍ଡୋଇ ସମ୍ଭାଳିଥିବା ବେଳେ ନିର୍ଦେଶନା ଦେଇଛନ୍ତି ସଂଗ୍ରାମ ମହାନ୍ତି। ସ୍ଵର ସଂଯୋଜନା କରିଛନ୍ତି ମିହିର ମହାନ୍ତି । ଗୀତ ଗୁଡିକ ଲେଖିଛନ୍ତି ପଞ୍ଚାନନ ନାୟକ। ସତ୍ୟଜିତ ପ୍ରଧାନ, ଦେବାଶୀଂ,ଏସ ଜିତୁ, ଗୌରବ ଆନନ୍ଦ କଣ୍ଠଦାନ କରିଛନ୍ତି। ଆଜି ହୋଟେଲ ଶୀତଲ ଠାରେ ଫିଲ୍ମର ମହୁରତ ହୋଇଯାଇଥିଲା। ସମସ୍ତ କଳାକାର ଉପସ୍ଥିତ ରହି ପୋଷ୍ଟର ସହ ଗୀତ ରିଲିଜ ଓ ପ୍ରୋମୋସନ କରିଥିଲେ। ତେବେ ଚଳଚିତ୍ର କେତେ ଲୋକପ୍ରିୟତା ହାସଲ କରୁଛି ତାହା ଦେଖିବାକୁ ବାକି ରହିଲ l

Exit mobile version