Site icon UTKAL PRATIDIN

ବିଧାନସଭାରେ ସୁଭଦ୍ରା ଯୋଜନାକୁ ନେଇ ତୁମ୍ବି ତୋଫାନ

1834174-odishagovernmentssubhadrayojanaadvertismentcard

ସୁଭଦ୍ରା ଯୋଜନାକୁ ନେଇ ବିଧାନସଭାରେ ଝଡ, ହୁଲୁସ୍ତୁଲ ହେଲା ଗୃହ ।ବିରୋଧୀଙ୍କ ପ୍ରଶ୍ନ ବାଣରେ ଘାୟଲ ହେଲେ ସରକାର ।ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୁଭଦ୍ରା ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନବାଣରେ ଘାୟଲ କରିଥିଲେ । ନିର୍ବାଚନ ପୂର୍ବରୁ ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବେ ବୋଲି କହିଥିଲେ କିନ୍ତୁ ନିର୍ବାଚନ ଜିତିବା ପରେ ମାର୍ଗଦର୍ଶିକା କରି କାଟୁଛନ୍ତି ।ବିଜେପିର ସବୁ ପ୍ରତିଶୃତି କେବଳ ନିର୍ବାଚନ ପାଇଁ ବୋଲି କହିଛନ୍ତି ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ।ପ୍ରମିଳା କହିଥିଲେ ଯେ ନିର୍ବାଚନ ଜିତିବା ପାଇଁ ବିଜେପି ନେତାମାନେ କଣ ପାଇଁ ମା ମାନଙ୍କୁ ଏତେ ମିଛ ପ୍ରତିଶ୍ରୁତି ଦେଉଥିଲେ ।

ସମସ୍ତଙ୍କୁ ୫୦ହଜାର ଦେବେ ବୋଲି ମିଛ ପ୍ରତିଶ୍ରୁତି ଦେଲେ ନିର୍ଵାଚନ ଜିତିବା ପରେ ସରକାର ଗଢିଲେ ଶାସନକୁ ଆସିଲେ ଷଡଯନ୍ତ୍ର ରଚି ମହିଳାମାନଙ୍କୁ ବାଦ ଦେବା ପାଇଁ ବାଟ ବାହାର କଲେ ।ଓଡ଼ିଶାର ମହିଳା ମାନଙ୍କୁ ଠକି ମିଛ କହି ଭୋଟ ହାତେଇଛି ବୋଲି ସିକ୍ଵାର କରନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ମୁଖ୍ୟ ସଚେତକ ।ଉଭୟ କଂଗ୍ରେସ ଓ ବିଜେଡି ବିଧାୟକ ସୁଭଦ୍ରା ଯୋଜନା ପ୍ରସଙ୍ଗରେ ଗୃହରେ ତୁମ୍ବି ତୋଫାନ କରିଥିଲେ ।୨କୋଟି ମହିଳା ସୁଭଦ୍ରା ଯୋଜନାରେ ସହାୟତା ପାଇବେ ବୋଲି କହିଥିଲେ ।ବଜେଟ ରେ ୧କୋଟି ମହିଳାଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି ।୧କୋଟି ମହିଳା ସହାୟତା ପାଇବେ କିପରି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ ।ମହିଳାମାନଙ୍କ ସହିତ ସରକାର ବଡ ପ୍ରତାରଣା କରିଛନ୍ତି ବୋଲି କହିଛନ୍ତି ।

କଂଗ୍ରେସ ବିଧୟିକା ସୋଫିଆ ଫିରଦୋଷ ମଧ୍ୟ ଏହି ଯୋଜନାକୁ ତୀବ୍ର ନିନ୍ଦା କରିବା ସହ ଏହା ବିଷୟରେ ପ୍ରତିକ୍ରିୟା ରଖିଛନ୍ତି ।ବିଜେପି ଶାସନ କ୍ଷମତାକୁ କେବେ ଆସିବ କେବେ ବୋଲି ଭାବିନଥିଲା ସେଥି ପାଇଁ ପ୍ରତିଶ୍ରୁତି ଦଉଥିଲା।ନିର୍ବାଚନ ଜିତିବା ପରେ ସେସବୁ କିପରି ବନ୍ଦ କରିବ ସେଥି ପାଇଁ ବାଟ ଖୋଜୁଛନ୍ତି ବୋଲି କହିଛନ୍ତି ବିରୋଧୀ ।

Exit mobile version