ସୌମ୍ୟ ଦେବେ କି ନବୀନଙ୍କୁ କଡ଼ା ଟକ୍କର! ହେବେ କି ଓଡ଼ିଶାର ମୁଖ୍ୟମନ୍ତ୍ରୀ ! ବିଜେପି ଦେବ କି ସୌମ୍ୟଙ୍କୁ କିଛି ନୂଆ ଉପହାର ! ପିନ୍ଧିବେକି ବିଜେପିର ସୁନା ମୁକୁଟ!
ସୋମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା ଜୋର ଧରିଛି l ଜନତାଙ୍କ ମଧ୍ୟରେ ଏବେ ଚାଲିଛି ସୌମ୍ୟଙ୍କ ଚର୍ଚ୍ଚା l ସୋମ୍ୟରଞ୍ଜନ ପଟ୍ଟନାୟକଙ୍କ ବୋହୁ ପ୍ରତିକ୍ଷୀତ ନ୍ୟୁଜ ଏଜେନ୍ସି ‘ସମ୍ବାଦ’କୁ ୪୦ ବର୍ଷ ପୁରା ହୋଇଛି l ଏବେ ଘରେ ଘରେ ପରିଚିତ ସୌମ୍ୟଙ୍କର ସମ୍ବାଦ l କିନ୍ତୁ ଗତ କିଛିଦିନ ତଳେ ସମ୍ବାଦ ଉପରେ ରେଡ ପଡିଥିଲା l ଏବଂ ଲୋନ ସ୍କାମରେ ଫସି ଯାଇଥିଲି ସୌମ୍ୟ l ଲୋନ ସ୍କାମରେ ଫସିବା ପରେ ସମ୍ପାଦକ ପଦରୁ ଓହରି ଯାଇଥିଲେ ସୌମ୍ୟ l ପରେ ଏବେ ତାଙ୍କ ଝିଅ ଝିଅ ତନୟା ପଟ୍ଟନାୟକ ସମ୍ବାଦର ନୂତନ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l
କିନ୍ତୁ ଏହିସବୁ ତର୍କ ବିତର୍କ ମଧ୍ୟରେ ଏବେ କିଛି ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି l ସମ୍ବାଦର ୪୦ ବର୍ଷ ପୂର୍ତ୍ତି ସ୍ୱନକ୍ଷତ୍ର ଉତ୍ସବରେ ଦୁଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ପ୍ରମୁଖ ମୁଖପାତ୍ର ଅନୁରାଗ ଠାକୁର ଏବଂ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ l ଯାହାକି ଲୋକଙ୍କ ମନରେ ସୌମ୍ୟଙ୍କୁ ନେଇ ଆହୁରି ଉତ୍କଣ୍ଠା ବଢ଼ାଇ ଦେଇଛି କାରଣ ସୌମ୍ୟ ଏବେ ବିଜେପି ତରଫରୁ ସୌମ୍ୟଙ୍କୁ କିଛି ନୂଆ ଉପହାର ମିଳିବ ବୋଲି ଆଶଙ୍କା କରାଯାଉଛି l ସୌମ୍ୟ ବିଜେପି ସହିତ ଯୋଡି ହୋଇ ଓଡ଼ିଶାର ରାଜ୍ୟପାଳ କିମ୍ବା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ବିଶେଷ ସୂତ୍ରରୁ ଜଣା ପଡୁଛି l ଦିଲ୍ଲୀରୁ ପଲ୍ଲୀ ଯାଏଁ ଏବେ ସବୁଠି ଏହି ଚର୍ଚ୍ଚା ଚାଲିଛି l
ସୋମ୍ୟରଞ୍ଜନ ପଟ୍ଟନାୟକ ଜଣେ ଭଲ ସାମ୍ବାଦିକ ସହ ଜଣେ ଭଲ ବ୍ୟକ୍ତିତ୍ୱ ଭାବରେ ଓଡ଼ିଶାର ଘରେ ଘରେ ପରିଚିତ l ବିଗତ ୪୦ ବର୍ଷ ହେବ ସମ୍ବାଦ ମାଧ୍ୟମରେ ସେ ଓଡିଶାବାସୀଙ୍କ ହୃଦୟରେ ଘର କରି ରହିଛନ୍ତି l କେତେ ଦୁଃଖିଅରକ୍ଷୀଙ୍କ କଥା ସେ ବୁଝିଛନ୍ତି l ତେଣୁ ସୌମ୍ୟଙ୍କ ମାଧ୍ୟମରେ ବିଜେପି ଏବେ ଓଡିଶାକୁ ପ୍ରବେଶ କରିପାରେ ବୋଲି ଆଶଙ୍କା କରାଯାଉଛି l

