ବିଧାନସଭାରେ ଆଜି ଗୃହରେ କାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା ।ଏହି ଅବସରରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ ଉତ୍ତର ରଖିଛନ୍ତି ଯେଆମ ଓଡ଼ିଶା ନବୀନ ଓଡ଼ିଶାରେ ମୋଟ ୩୪୫୭ କୋଟିର ବ୍ୟୟବରାଦ ହୋଇଛି । ଯେଉଁଥିରୁ ୩୦ରୁ ୪୦% କାମ ସଂପୂର୍ଣ୍ଣ ହୋଇଛି ।
ଖୁବଶୀଘ୍ର ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା କାମ।ପେମେଣ୍ଟ ବି କରାଯାଇଛି। ପରିକ୍ରମା ପ୍ରକଳ୍ପ, ଅର୍ପଣ ଚାଉଳ, କ୍ରୀଡ଼ା ବିକାଶରେ ଖର୍ଚ୍ଚ ହୋଇଛି। ସେ ବାବଦରେ ତର୍ଜମା କରୁଛୁ, କାମ କରିଥିବା ସଂସ୍ଥାକୁ ପାଉଣା ଦିଆଯିବ। ଦାଦନ ମୁକ୍ତ ଯୋଜନା ଖୁବଶୀଘ୍ର ଆଣିବାକୁ ଯାଉଛୁ ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି ।

