Site icon UTKAL PRATIDIN

ଥମିବାର ନାଁ ଧରୁନି ଗଧିଆ ଆତଙ୍କ

wolf_1726112207

ପୁଣି ଉତ୍ତରପ୍ରଦେଶ ବାହାରାଇଚରେ ମାତିଛି ଗଧିଆ ।ବୁଧବାର ରାତିରେ ଜଣେ ମହିଳାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିବା ସୂଚନା ମିଳିଛି ।୫ଟି ଗଧିଆଙ୍କୁ କାବୁ କରି ସାରିଥିବା ବେଳେ ସେମାନଙ୍କ ସର୍ଦ୍ଦାର ଛୋଟା ଗଧିଆଟି ଭୟଙ୍କର ହୋଇଉଠିଛି। ଗତ ୨ ଦିନ ମଧ୍ୟରେ ସର୍ଦ୍ଦାର ଗଧିଆଟି ୩ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଛି ।

ସେମାନଙ୍କ ମଧ୍ୟରେ ଦୁଇ ନାବାଳିକା ଓ ଜଣେ ମହିଳା ଅଛନ୍ତି।ଏହା ପୂର୍ବରୁ ୨ ନାବାଳିକା ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏବେ ସୁଦ୍ଧା ବାହାରାଇଚରେ ଗଧିଆ ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।

Exit mobile version