ଆଜି ସମ୍ବଲପୁରୀ ଦିବସ ।ପ୍ରତିବର୍ଷ ଏହି ଦିବସ ଅବସରରେ କେବଳ ପସିଛିମାଞ୍ଚଳ ନୁହେ ସାରା ଦେଶ ଉତ୍ସବମୁଖର ହୋଇପଡେ ।ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସ୍ବର୍ଗତଃ କବି ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିବସ ଭାବେ ପାଳନ କରାଯାଏ ।ସମ୍ବଲପୁରୀ ଦିବସ ୨୦୧୩୪ମସିହାରୁ ପାଳନ କରାଯାଉଛି ।ଏହି ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସୋସିଆଲ ମେଡିଆ x ରେ ସମ୍ବଲପୁରୀ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।ସମ୍ବଲପୁରିଆ ଭାବେ ଗର୍ବ କରୁଥିବା ପ୍ରତିଟି ଓଡ଼ିଆ ଏହି ଦିନ ସମ୍ବଲପୁରୀ ପୋଷାକ ପିନ୍ଧି ସମ୍ବଲପୁରୀ ଖାଦ୍ୟ ଖାଇ ଏହି ଦିବସକୁ ବେଶ ଧୁମ ଧାମରା ସହ ପାଳନ କରିଥାନ୍ତି ।
କେବଳ ଯେ ସମ୍ବଲପୁରୀ ପୋଷାକ ନୁହେଁ ସମ୍ବଲପୁରୀ ନୃତ୍ୟ ସମ୍ବଲପରି କଲା ସଂସ୍କୃତି ମଧ୍ୟ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ।ସମ୍ବଲପୁରୀ ନାସିଝା ଗୀତ ନୁହେଁ, ସମ୍ବଲପୁରୀ ଭାଷା କୁ ମଧ୍ୟ ସାରା ଓଡ଼ିଶାରେ ବେଶ ଭଲ ପାଇବା ମିଳିଥାଏ ।ଶୀତଳ ଷଷ୍ଠୀ ନୂଆଖାଇ ଆଦି ପର୍ବ ସମ୍ବଲପୁରବାସୀଙ୍କ ପାଇଁ ବଡ ପର୍ବ ।ଏହି ପର୍ବକୁ ବେଶ ଧୁମ ଧାମରେ ପାଳନ କରିଥାନ୍ତି ରାଜ୍ୟବାସୀ ।ବର୍ତ୍ତମାନ ନାରୀମାନଙ୍କର ପ୍ରଥମ ପସନ୍ଦ ପାଲଟିଛି ସମ୍ବଲପୁରୀ ଶାଢ଼ୀ ।ସେଥିପାଇଁ ଦେଶ ବିଦେଶରେ ସମ୍ବଲପୁରୀ ଶାଢ଼ୀର ଚାହିଦା ମଧ୍ୟ ଦେଶ ବିଦେଶରେ ବଢ଼ିବାରେ ଲାଗିଛି ।