Site icon UTKAL PRATIDIN

କଲାମଙ୍କୁ ମନେ ପକାଉଛି ସାରା ଦେଶ

images (2)

ବାକ୍ୟବୀର ନୁହେଁ କର୍ମବୀର ଭାବେ ଭାବେ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏପିଜେ ଅବଦୁଲ କାଲାମ ।ପାଠ ପଢ଼ିବାର ନିଶା ଏତେ ଅଧିକ ଥିଲା ଜେ ଖବର କାଗଜ ବିକ୍ରି କରିବାରୁ ଆରମ୍ଭ କରି ପ୍ରଥମେ ମିଶଇଳ ମ୍ୟାନ ଏବଂ ପରେ ଦେଶର ରାଷ୍ଟ୍ରପତି ମଧ୍ୟ ହୋଇଥିଲେ ।ଖାଲି ଦେଶ ନୁହେଁ ସମଗ୍ର ବିଶ୍ୱ ପାଇଁ ସେ ସାଜିଥିଲେ ପ୍ରେରଣାର ଉତ୍ସ ।

କେବଳ ଗୋଟିଏ ଟ୍ରଙ୍କରେ ଥିଲା ତାଙ୍କ ଜୀବନ ସମସ୍ତ ସମ୍ପତ୍ତି । ସାରା ଜୀବନ ଦେଶ ସେବା, ଶିକ୍ଷା ଆଉ ପରୋଉପକାରରେ ସେ ବିତାଇଥିଲେ । କିଏ ତାଙ୍କୁ କେତେ ରୂପରେ ମନେ ରଖିଛି କିଏ ମିସାଇଲ ମ୍ୟାନ ଭାବେ ତ କିଏ, ଦେଶର ଭବିଷ୍ୟତକୁ ଶିକ୍ଷା ଦେଉଥିବା ଚାଚା କଲାମଙ୍କ ରୂପରେ ତ କିଏ ଦେଶର ରାଷ୍ଟ୍ରପତି ଭାବେ ।

ତାମିଲନାଡୁର ରାମେଶ୍ୱରମ୍ ଜିଲ୍ଲାର ଧନୁଷକୋଡି ଗାଁରେ କଲାମଙ୍କ ଜନ୍ମ । ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୂରା ନାଁ ହେଉଛି ଅବୁଲ ପକିର ଜୈନାଲୁଦ୍ଦିନ ଅବଦୁଲ କଲାମ । ପରିବାରର ୫ ସନ୍ତାନଙ୍କ ମଧ୍ୟରେ କଲାମ ଥିଲେ ସବୁଠୁ ସାନ । ବାପା ଡଙ୍ଗା ଚଳାଇ ପରିବାର ଚଳାଉଥିଲେ ।

ତେଣୁ ପରିବାର ଖୁବ କମ ବୟସରୁ କଲାମ ମଧ୍ୟ ଡଙ୍ଗା ଚଳାଇବା ସହ ଖବର କାଗଜ ବିକ୍ରି କରୁଥିଲେ । ହେଲେ ଏସବୁ ପ୍ରତିବନ୍ଧକ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ପଥରୋଧ କରିପାରିନଥିଲା । ସ୍ୱପ୍ନ କେତେ ଯେ ଶକ୍ତିଶାଳୀ ତାହା କଲାମଙ୍କ ଜୀବନୀରୁ ସ୍ପଷ୍ଟ ହୁଏ ।

Exit mobile version