Site icon UTKAL PRATIDIN

ଦିନିକିଆ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ଦଳ ଘୋଷିତ

1

ନୂଆଦିଲ୍ଲୀ: ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ତାର ଦଳ ଘୋଷଣା କରିଛି । ୧୫ ଜଣିଆ ଦଳର ନେତୃତ୍ୱ ଶାଇ ହୋପ ନେବେ । ପୂର୍ବ ଅଧିନାୟକ ନିକୋଲସ ପୂରନ ଓ ଜାସନ ହୋଲ୍ଡର ଦଳରୁ ବାଦ ପଡିଥିବା ବେଳେ ଶିମରେନ ହ୍ୱେଟମେୟର ଓ ଆଶିନ ଥୋମାସ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଦିନିକିଆ ସିରିଜ ୨୭ ଜୁଲାଇରୁ ଆରମ୍ଭ ହେବ । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଭାରତ ସପକ୍ଷରେ ୧-୦ରେ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ଦିନିକିଆ ଉପରେ ରହିଛି । ଅଧିକାଂଶ ଯୁବ ଖେଳାଳିଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି ।

ୱେଷ୍ଟଇଣ୍ଡିଜ ଟିମ: ଶାଇ ହୋପ(ଅଧିନାୟକ), ରୋବମ୍ୟାନ ପାୱେଲ, ଏଲିକ ଅଥାନେଜ, ୟାନିକ କ୍ୟାରିହାୟ, କିସି କାର୍ଟି, ଡୋମିିନିକ ଡ୍ରିକସ, ଶିମରନ ହ୍ୱେଟମେୟର, ଅଲଜାରୀ ଜୋସେଫ, ବ୍ରେଣ୍ଡନ କିଙ୍ଗ, କାୟଲ ମେୟର୍ସ, ଗୁଡାକେଶ ମୋତି, ଜେଡନ ସିଲ୍ସ, ରୋମାରିଓ ଶେଫର୍ଡ, କେଭିନ ସିକ୍ଲେୟର, ଓଶାନ ଥୋମାସ ।
ଭାରତ ଟିମ:ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ରିତୁରାଜ ଗାଏକ୍ୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଈଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ଶାର୍ଦ୍ଦୁଳ ଠାକୁର, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜୟଦେବ ଉନାଡକଟ, ମହମ୍ମଦ ସିରାଜ, ଉମରାନ ମଲିକ, ମୁକେଶ କୁମାର ।

Exit mobile version