ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧର ବିଭୀଷିକା ଏବେ ବି ଜାରି ରହିଛି l ଯୁଦ୍ଧର ଫଳ କାହାକୁ ଜଣା ନାହିଁ, ହେଲେ ହଜାର ହଜାର ଲୋକ ନିଜର ପ୍ରାଣର ଆହୁତି ଦେଉ ଆସିଲେଣି l କିଏ ନିଜର ବାପା କୁ ହରେଇଛି ତା କିଏ ମାଆ କୁ, କିଏ ନିଜ ଭାଇକୁ ହରାଇଛି ତା କିଏ ନିଜ ଭଉଣୀକୁ l କୋଉଠି ପୁଣି କିଏ ନିଜ ପିଲାକୁ ଆଖି ଆଗରେ ହରାଇ ଆଖିରୁ ଲୁହ ଶୁଖୁନି l ଏପରି ଅନେକ ଲୋମ ଟାଙ୍କୁରା ଦୃଶ୍ୟ ଏହି ଯୁଦ୍ଧରେ ଦେଖିବାକୁ ମିଳିଛି l
ଗତ ୭ ତାରିଖରୁ ଏହି ଯୁଦ୍ଧ ଜାରି ରହିଛି l ଏଯାଏଁ ଥମିବାର ନାଁ ନାହିଁ l ପରିସ୍ଥିତି ଦେଖିଲେ ଲାଗୁଛି ଏହା ଆହୁରି ଆଗକୁ ମଧ୍ୟ ଜାରି ରହିବ l ଏଯାଏଁ ପାଖାପାଖି ପାଞ୍ଚ ହଜାର ଲୋକ ପ୍ରାଣ ହରାଇ ସାରିଲେଣି l ଇସ୍ରାଏଲ ର ଦେଢ଼ ହଜାରରୁ ଉର୍ଦ୍ଧ ଲୋକ ପ୍ରାଣ ହରାଇଥିବା ବେଳେ ହମାସର ପାଖ ପାଖି ୩୦୦୦ ଲୋକଙ୍କ ପ୍ରାଣ ଯାଇସାରିଲାଣି l ୯୦୦୦ ରୁ ଉର୍ଦ୍ଧ ଲୋକ କ୍ଷତାକ୍ତ ହୋଇଥିବା ମଧ୍ୟ ସୂଚନା ରହିଛି l
ଏହାରି ଭିତରେ ଏପରି ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ଲୁହ ଛଳ ଛଳ ହୋଇଯିବ l ଯୁଦ୍ଧରେ ନିଜର ପିତା ମତା ପରିବାରକୁ ହରାଇ କିପରି ଭାବରେ କୁନି ପିଲାଟି ନିଜ ସାନ ଭଉଣୀର ଯତ୍ନ ନେଉଛି l ସତରେ ଦେଖିଲେ ଆଖିରେ ଲୁହ ଆସିଯାଉଛି l କଣ ଥିଲା ଏ କୁନି କୁନି ପିଲାଙ୍କର ଭୁଲ, ଏତେ ଛୋଟ ବୟସରୁ ସେମାନଙ୍କୁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡୁଛି l