
ବାୟୁସେନାର ମିଗ୍-୨୯ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୋମବାର ରାତିରେ ରାଜସ୍ଥାନର ବାଡମେରର ଉତ୍ତରଲାଇ ଏୟାରବେସ୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ଉତ୍ତରଲାଇ ଅଞ୍ଚଳରୁ ବାୟୁସେନା ବିମାନ ମିଗ୍-୨୯ ଉଡ଼ାଣ ଭରିଥିଲା ।ହଠାତ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା । ରାତି ୧୦ଟା ବେଳେ ବିମାନଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ଜଳିଯାଇଥିଲା ।
ସୂଚନା ମିଳିବା ପରେ ସ୍ଥାନୀୟ ପୁଲିସ ସହ ଏୟାରଫୋର୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାଇଲଟଙ୍କୁ ଉଦ୍ଧାର କରିଛନ୍ତି। ବାୟୁସେନା ପକ୍ଷରୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାସ୍ଥଳର ପ୍ରାୟ ୪୦୦ ମିଟର ଅଞ୍ଚଳକୁ ସିଲ୍ କରି ତନାଘନା ଜାରି ରହିଛି।।ଦୁର୍ଘଟଣାରେ ପାଇଲଟକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।